Categories: ଜାତୀୟ

ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ଦାୟିତ୍ୱ…

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରି ହିଂସା ଘଟଣାର ତଦନ୍ତ ଦାୟିତ୍ୱ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାପତି ପ୍ରଦରପ କୁମାର ଶ୍ରୀବାସ୍ତବଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ବିଚାରପତି ଦୁଇ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଉପସ୍ଥାପନ କରିବେ।

ଅକ୍ଟୋବର ୩ରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ରିପୋର୍ଟ ଜଣିକିଆ ଆୟୋଗ ଗଠନ ସମ୍ପର୍କରେ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସରକାରଙ୍କ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ସଚିବ ଅଓ୍ବନିଶ୍‌ କୁମାର ଅଓ୍ବସ୍ତି କହିଛନ୍ତି ଯେ, ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲଙ୍କ ପରାମର୍ଶ ଅନୁସାରେ ଏହି ଘଟଣାର ତଦନ୍ତ ପାଇଁ ଏହି ଆୟୋଗ ଗଠନକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।

Share