ନୂଆଦିଲ୍ଲୀ,୧୯।୧୧ : ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଅରୁଣ କେବେଠାରୁ କାର୍ଯ୍ୟ କରିବେ ସେ ନେଇ ତାରିଖ ଘୋଷଣା ହୋଇନାହିଁ। ଅରୁଣ ୧୯୮୫ ବ୍ୟାଚର ଆଇଏଏସ୍ ଅଫିସର।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହିତ ଅରୁଣ ପୋଲ୍ ପ୍ୟାନେଲରେ ସାମିଲ ହେବେ। ଅରୁଣ ଭାରି ଉଦ୍ୟୋଗ ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ନେବାର ଗୋଟିଏ ଦିନ ପରେ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଅରୁଣ ତାଙ୍କ ପ୍ରକୃତ ଅବସରର ଏକ ମାସ ପୂର୍ବରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ ଘୋଷଣା କରିଥିଲେ।