ସନ୍ତୋଷ ଉପାଧ୍ୟାୟ ହେଲେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଅଧ୍ୟକ୍ଷ

ଭୁବନେଶ୍ୱର,୧୨।୩: ରାଜ୍ୟ ସରକାରଙ୍କ ପକ୍ଷରୁ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ସନ୍ତୋଷ ଉପାଧ୍ୟାୟଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ସେ ୨ ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ। ସେ ଗୃହ ବିଭାଗକୁ ରିପୋର୍ଟ କରିବେ।

ସନ୍ତୋଷ ଉପାଧ୍ୟାୟ ୧୯୮୮ ବ୍ୟାଚ୍‌ର ଆଇପିଏସ ଅଫିସର ଥିଲେ। ୨୦୨୩ ଏପ୍ରିଲ ୩୦ରେ ସେ ଅବସର ଗ୍ରହଣ କରିଥିଲେ। ହୋମଗାର୍ଡ ଓ ଅଗ୍ନିଶମ ଡିଜି ପଦରେ ଥିବା ବେଳେ ତାଙ୍କ ଚାକିରିକାଳ ଶେଷ ହୋଇଥିଲା।

Share