ସ୍ବାଧୀନତା ଦିବସରେ ଅବସରପ୍ରାପ୍ତ ଯବାନଙ୍କୁ ସମ୍ବର୍ଦ୍ଧନା

ପାଟଣା,୧୫।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୭୬ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଛି। ଏଥିରେ ଅବସର ପ୍ରାପ୍ତ ନୌସେନା ଇଂ.ପରମେଶ୍ୱର କୁମାର ବେହେରା ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଅଞ୍ଚଳର ୩୦ ଜଣ ଅବସର ପ୍ରାପ୍ତ ବୀର ଯବାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଯବାନଙ୍କୁ ପ୍ରମାଣ ପତ୍ର ସହ ଅଙ୍ଗ ବସ୍ତ୍ର ପ୍ରଦାନ କରାଯାଇଥିଲା। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଜିଲା ଜଜ୍‌ ରାଜ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ କୈବଲ୍ୟ ଚରଣ ସାହୁ, ବିଦ୍ୟାଳୟ ସମ୍ପାଦକ ପ୍ରମୋଦ କୁମାର ସାହୁ ପ୍ରମୁଖ ସାମିଲ ହୋଇ ଯବାନମାନଙ୍କର ଉତ୍ସର୍ଗୀକୃତ ସେବା, ତ୍ୟାଗ, ନିଷ୍ଠା, କର୍ତ୍ତବ୍ୟପରାୟଣ ଉପରେ ଆଲୋଚନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବାବାଜୀ ପଣ୍ଡା ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ।

Share