Categories: ଜାତୀୟ

ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଅଯୋଧ୍ୟା ରାୟ ଦେଇଥିବା ବିଚାରପତିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୦ା୧: ୨୦୧୯ ନଭେମ୍ବର ୯ରେ ଐତିହାସିକ ଅଯୋଧ୍ୟା ରାୟ ଆସିଥିଲା। ବିବାଦୀୟ ବାବ୍ରି ମସ୍‌ଜିଦ ସ୍ଥଳ ରାମଲାଲାଙ୍କର ବୋଲି ରାୟ ଦେଇଥିବା ସାମ୍ବିଧାନିକ ପୀଠର ସମସ୍ତ ବିଚାରପତିଙ୍କୁ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଯାଇଛି। ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ପୂର୍ବତନ ସିଜେଆଇ ଏସ୍‌.ଏ. ବୋବ୍‌ଡେ, ବର୍ତ୍ତମାନର ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ସମେତ ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଅବ୍‌ଦୁଲ ନଜିର ପୀଠରେ ସାମିଲ ଥିଲେ। ସାମ୍ବିଧାନିକ ପୀଠଙ୍କ ୧,୦୪୫ ପୃଷ୍ଠା ସମ୍ବଳିତ ରାୟ ଯୋଗୁ ରାମମନ୍ଦିର ନିର୍ମାଣର ପଥ ପରିଷ୍କାର ହୋଇଥିଲା।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ମନ୍ଦିର ଟ୍ରଷ୍ଟ ପକ୍ଷରୁ ରାଜନେତା, ସେଲିବ୍ରିଟି, ଶିଳ୍ପପତି, ସନ୍ଥଙ୍କ ସମେତ ୭,୦୦୦ରୁ ଅଧିକ ଅତିଥିଙ୍କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ କରାଯାଇଛି। ମେଗା ଷ୍ଟାର ଅମିତାଭ ବଚ୍ଚନ, ଶିଳ୍ପପତି ମୁକେଶ ଅମ୍ବାନୀ, ଅଭିନେତା ଅଜୟ ଦେବଗନ, ଅକ୍ଷୟ କୁମାର, ସରୋଦ ବାଦକ ଅମଜଦ ଅଲୀ, ଗୀତିକାର ମନୋଜ ମୁନ୍ତଶିର, ଲେଖକ ପ୍ରସୂନ ଜୋଷୀ ପ୍ରମୁଖ ନିମନ୍ତ୍ରିତ ଅତିଥି ତାଲିକାରେ ଅଛନ୍ତି।

Share