Categories: ଜାତୀୟ

ମଣିପୁର ହିଂସାକାଣ୍ଡକୁ ନେଇ ଦୁଃଖ ପ୍ରକାଶ କଲେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନରାଲ, କହିଲେ କେତେବେଳେ ବି ମୃତ୍ୟୁ…

ଇମ୍ଫାଲ,୧୭।୬: ଦୀର୍ଘ ୪୦ଦିନ ଧରି ଜଳୁଛି ମଣିପୁର। ଦୁଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ଏବେ ଭୟଙ୍କର ରୂପ ନେଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାନ୍ତି ପାଇଁ ନିବେଦନ ସତ୍ତ୍ୱେ କୌଣସି ଲାଭ ମିଳୁନାହିଁ। ଏହି ସମୟରେ ଲେଫ୍ଟନାଣ୍ଟ ଜେନରାଲ (ଅବସରପ୍ରାପ୍ତ) ବେଦ ପ୍ରକାଶ ମଲିକ ମଣିପୁରର ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ମଣିପୁରର ପରିସ୍ଥିତି ସମ୍ପର୍କରେ ଲେଫ୍ଟନାଣ୍ଟ ଜେନରାଲ ନିଶିକାନ୍ତ ସିଂ ଟ୍ବିଟ୍‌ କରି କହିଛନ୍ତି, “ମୁଁ ମଣିପୁରର ଜଣେ ସାଧାରଣ ନାଗରିକ। ଅବସର ପରେ ଆରାମରେ ଜୀବନ ଜିଇଁବାକୁ ଚାହୁଁଛି। ରାଜ୍ୟ ଏପରି ପରିସ୍ଥିତି ଦେଇ ଗତି କରୁଛି ଯେ, ନିଜର କେତେବେଳେ ବି ମୃତ୍ୟୁ ହୋଇପାରେ। ଲିବିୟା, ଲେବାନନ, ନାଇଜେରିଆ, ସିରିଆରେ ପରି ମୋ ରାଜ୍ୟ ହୋଇଯାଇଛି। ଏପରି ଲାଗୁଛି ମଣିପୁରକୁ ଏପରି ଭୟାନକ ସ୍ଥିତିରେ ଛାଡି ଦିଆଯାଇଛି। କେହି ଶୁଣୁଛନ୍ତି କି? ”

ନିଶିକାନ୍ତ ସିଂଙ୍କ ଏହି ଟ୍ବିଟ୍‌କୁ ରିଟ୍ବିଟ୍‌ କରି ପୂର୍ବତନ ସେନା ଅଧିକାରୀ କହିଛନ୍ତି, ମଣିପୁରର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲଙ୍କ କଥା ଶୁଣି ଦୁଃଖ ଲାଗୁଛି। ମଣିପୁରର ଆଇନ ଶୃଙ୍ଖଳା ପରିସ୍ଥିତି ଉଚ୍ଚ ସ୍ତରରେ ତଦନ୍ତ କରାଯାଉ।

Share