ପୁଣି ବଢ଼ିଲା ଅବସରପ୍ରାପ୍ତ ଓଏଏସ୍‌ ଅଫିସର ଅଜିତ ମିଶ୍ରଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ପୁଣି ବଢ଼ିଲା ଅବସରପ୍ରାପ୍ତ ଓଏଏସ୍‌ ଅଫିସର ଅଜିତ କୁମାର ମିଶ୍ରଙ୍କ କାର୍ଯ୍ୟକାଳ। ରାଜ୍ୟ ସରକାର ଶୁକ୍ରବାର ତାଙ୍କ କାର୍ଯ୍ୟକାଳ ଆଉ ଏକବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଏବେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।

ପଶ୍ଚିମ ଓଡ଼ିଶା ବିକାଶ ପିରଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତଙ୍କ କାର୍ଯ୍ୟକାଳ ଅର୍ଥାତ ଚୁକ୍ତି ଅବଧିକୁୁ ପୁଣିଥରେ ୧ବର୍ଷ ବୃଦ୍ଧି କରାଯାଇଛି । ୨୦୧୪ ଅଗଷ୍ଟ ମାସରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ନିୟମ ଅନୁସାରେ ତାଙ୍କୁ ପୁନଃନିଯୁକ୍ତି ମିଳିଛି। ସେ ସରକାରୀ ସୁବିଧାସୁଯୋଗ ପାଇବାକୁ ହକଦାର ହେବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ତେବେ ଗତବର୍ଷ ସେ ସରକାରୀ ଚାକିରିରୁ ଅବସର ନେବାର ଦିନକ ପରେ ରାଜ୍ୟ ସରକାର ତାଙ୍କୁ ଏହି ପଦବୀରେ ଅବସ୍ଥାପିତ କରିଥିଲେ।

Share