ବାର୍‌ରେ ଗୁଳି ଚଳାଇଲେ ଅବସରପ୍ରାପ୍ତ ପୋଲିସ: ସ୍ତ୍ରୀଙ୍କ ସମେତ ୩ ମୃତ, ୬ ଆହତ

ଓ୍ବାଶିଂଟନ,୨୫ା୮: ଆମେରିକାର ଲସ୍‌ ଏଞ୍ଜେଲସରେ ଛାଡ଼ପତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣେ ପୂର୍ବତନ ପୋଲିସ ତାଙ୍କ ସ୍ତ୍ରୀଙ୍କ ସମେତ ଏକ ବାର୍‌ରେ ଗୁଳି ଚଳାଇ ତିନି ଜଣଙ୍କ ଜୀବନ ନେଇଛନ୍ତି। ଏହି ଅବସରପ୍ରାପ୍ତ ପୋଲିସ ଜଣକ ଦକ୍ଷିଣ କାଲିଫର୍ନିଆର ଏକ ବାରରେ ଏହି ଘଟଣା ଘଟାଇଛନ୍ତି। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି, ଆକ୍ରମଣକାରୀ ଜଣକ ହେଲେ ୫୯ ବର୍ଷୀୟ ଜନ୍‌ ସ୍ନୋଲିଙ୍ଗ୍‌।

Share