Posted inଜାତୀୟ

ହାତରେ ତ୍ରିରଙ୍ଗା, ‘ମା ତୁଝେ ସଲାମ’ ଗୀତରେ ନାଚୁଥିବା ବେଳେ ଆସିଲା ହୃଦ୍‌ଘାତ, ମଞ୍ଚ ଉପରେ ଟଳି ପଡ଼ିଲେ ଯବାନ-Video

ଇନ୍ଦୋର,୩୧।୫: ହାତରେ ତ୍ରିରଙ୍ଗା, ଦେହରେ ସେନାର ପୋଷାକ, ମଞ୍ଚ ଉପରେ ‘ମା’ ତୁଝେ ସଲାମ୍‌’ ଗୀତ ବାଜୁଥିବା ବେଳେ ଟଳି ପଡ଼ିଲେ ସୈନିକ। କେହି କିଛି ବୁଝିବା ଆଗରୁ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ଏଭଳି ଏକ ଦୁଃଖଦ ଘଟଣା ଇନ୍ଦୋରର ଫୁଟି କୋଠିରେ ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ଯୋଗ ସଂସ୍ଥାନରେ ଚାଲିଥିବା ଭବ୍ୟ କାର୍ଯ୍ୟକ୍ରମ ବେଳେ ଅବସରପ୍ରାପ୍ତ ଯବାନ ବଲଜୀତଙ୍କ ଜୀବନ ଚାଲିଯାଇଛି। ସେ ଇନ୍ଦୋରର ତେଜାଜୀ ନଗରକ୍ଷେତ୍ରର ବାସିନ୍ଦା ବୋଲି ଜଣାପଡ଼ିଛି।

ଯୋଗ କାର୍ଯ୍ୟକ୍ରମ ସମୟରେ ଅନେକ ଲୋକ ହଲ୍‌ରେ ବସିଥିଲେ। ସେଠାରେ ବଲଜୀତଙ୍କ ପ୍ରଦର୍ଶନ ଜାରି ରହିଥିଲା। ଦେଶଭକ୍ତି ଗୀତରେ ସେ ଝୁମୁଥିବା ବେଳେ ହଠାତ୍‌ ତାଙ୍କୁ ହୃଦଘାତ ଆସିଥିଲା। ସେ ମଞ୍ଚରେ ହିଁ ଟଳି ପଡ଼ିଥିଲେ। ହେଲେ ଦର୍ଶକମାନେ ସେ ଅଭିନୟ କରୁଥିବା ଭାବିଥିଲେ। ଏହାପରେ ଲୋକେ ଆହୁରି ଜୋର୍‌ରେ ତାଳି ବଜାଇଥିଲେ। ହେଲେ ମଞ୍ଚ ତଳେ ଥିବା ଅନ୍ୟ ଜଣେ ସାଥି ଦେଖିବା ବେଳକୁ ସେ ଚେତା ହରାଇଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେ ଆଉ ଜୀବିତ ନ ଥିବା ଡାକ୍ତରମାନେ କହିଥିଲେ। ସାଇଲେଣ୍ଟ ଆଟାକ୍‌ ଆସିଥିବା ଯୋଗୁ ବଲଜୀତଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri