ମନ୍ଦିର ପରିସରରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଆତ୍ମହତ୍ୟା

ଧରାକୋଟ,୨୬ା୯(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ ବେଠୁଆର ଗ୍ରାମର ମା’ଘୋଡ଼ାଦେଈ ଠାକୁରାଣୀଙ୍କ ପୀଠରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ସେ ବୁଗୁଡ଼ା ନିକଟସ୍ଥ ନଗୁଡୁ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ(୬୧) ବୋଲି ଜଣାପଡ଼ିଛି।

ଗତ ୨୧ ଦିନ ଧରି ନିଜର କିଛି ଅଭିଳାଷ ପୂରଣ ପାଇଁ ମା’ ଘୋଡ଼ାଦେଈଙ୍କ ପୀଠରେ ସେ ଗୁହାରିଆ ପଡ଼ିଥିଲେ। ଦୀର୍ଘଦିନ ଧରି ପୁରୁଷୋତ୍ତମ ଘରକୁ ନ ଫେରିବାରୁ ଘରଲୋକେ ବ୍ୟସ୍ତ ହୋଇ ତାଙ୍କୁ ଖୋଜାଖୋଜି କରି ଘୋଡ଼ାଦେଈଙ୍କ ପୀଠରେ ପାଇଥିଲେ। ନିଜର ଅଭିଳାଷ ପୂରଣ ହେଲେ ଗାଁକୁ ଫେରିବେ ବୋଲି ପୁରୁଷୋତ୍ତମ ପରିବାର ଲୋକଙ୍କୁ କହିଥିଲେ।

ହେଲେ ସେ ମନ୍ଦିର ପରିସରରେ ଥିବା ଭୋଜନାଳୟ ରେଲିଂରେ ଗଳାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ମନ୍ଦିରରେ ତାଙ୍କ ବଡ ପୁଅ ଚିନ୍ତାର୍ଥ ପ୍ରଧାନ ପହଞ୍ଚି ଥିଲେ। ଏହି ସମ୍ପର୍କରେ ସେ ବଡଗଡ ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂହଙ୍କୁ ଅବଗତ କରିବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ. ୨୨/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ଗାଡି ଧକ୍କାରେ ଆହତ ହୋଇଥିବା ଛାତ୍ରୀଙ୍କୁ ସାଇକେଲ ଉପହାର ଦେଲେ ଉପମୁଖ୍ୟମନ୍ତ୍ରୀ

ଗୋପ,୨୬।୯: ବୁଧବାର ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍...

୪ ମାସର ଶିଶୁପୁତ୍ରଙ୍କୁ କରିଥିଲେ ହତ୍ୟା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ

ବାଲେଶ୍ୱର,୨୬।୯(ବାଞ୍ଛାନିଧି ଦେ): ୪ ମାସର ଏକ ଶିଶୁପୁତ୍ର ହତ୍ୟା ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ୍‌ ଦାସ ଅଭିଯୁକ୍ତ ବାପାଙ୍କୁ...

ପରିବାର ଛାଡି ଲିଭ୍‌ ଇନ୍‌ରେ ରହୁଥିଲେ ମହିଳା: ହତ୍ୟା କଲା ପ୍ରେମିକ

ବଣାଇଁ,୨୬।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା କନ୍ୟାଶ୍ରମ ବସ୍ତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଗୁରୁବାର ପୋଲିସ ମୃତଦେହ ଜବତ କରି...

ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ: ହସ୍ପିଟାଲ ଆସି ରୋଗୀ ହଟହଟା

ବରଗଡ଼, ୨୬।୯( ପ୍ରେମାନନ୍ଦ ଖମାରୀ): ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି। ବରଗଡ଼ ଜିଲାରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଏଥିରେ...

ଫୁଲୁଛି ସୁବର୍ଣ୍ଣରେଖା: ପୁଣି ବଡ଼ବନ୍ୟା ଆଶଙ୍କା 

ଭୋଗରାଇ,୨୬l୯(ପ୍ରଦୀପ ଦାସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ୩ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିବାରୁ ବାଲେଶ୍ୱର ଜିଲାର ସବୁଠି ଜଳାର୍ଣ୍ଣବ ସହିତ ଜନଜୀବନ ଦୁର୍ବିଷହ...

ଆସି ପାରିଲାନି ଆମ୍ବୁଲାନ୍ସ: ଖଟିଆରେ ଚାଲିଗଲା ଯୁବତୀଙ୍କ ଜୀବନ

ଭବାନୀପାଟଣା,୨୬।୯(ଉତ୍ତମ ଦାଶ): କଳାହାଣ୍ଡି ଜିଲା ସଦର ବ୍ଲକ ଯୁଗସାଏପାଟଣା ମାଣ୍ଡିଆବିରି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ନ ପାରିବାରୁ...

କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଦାବି ପୂରଣ ନ ହେଲେ…

ଛତ୍ରପୁର,୨୬ା୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ଗତ ୬ ମାସ ହେଲା ଦରମା ମିଳିନି। ଉକ୍ତ ବକେୟା ପାରିଶ୍ରମିକ ପ୍ରଦାନ...

ମହାନଦୀ ମୁହାଣରୁ ସୁରକ୍ଷିତ ଉଦ୍ଧାର ହେଲେ ୧୪ ମତ୍ସ୍ୟଜୀବୀ

ଭୁବନେଶ୍ୱର,୨୬।୯: ପାରାଦୀପ ମହାନଦୀ ମୁହାଣରେ ଫସି ରହିଥିବା ୧୪ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ମତ୍ସ୍ୟଜୀବୀମାନେ ଗୁରୁବାର ଏକ ମାଛଧରା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri