କେନ୍ଦୁଝର,୨୨ା୯(ସ୍ବ.ପ୍ର.): ଅବସରପ୍ରାପ୍ତ, କାର୍ଯ୍ୟରତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ କେନ୍ଦୁଝର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନୀତି ବିରୋଧରେ କେନ୍ଦୁଝର ଜିଲାପାଳଙ୍କୁ ଗୁରୁବାର ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ଧରି ରହିଥିବା କର୍ମଚାରୀ ତଥା ଅଧିକାରୀଙ୍କୁ ବିଦା କରିବାକୁ ଦାବି କରିଛନ୍ତି। ସେମାନଙ୍କ ଯୋଗୁ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି। ଦାବି ପୂରଣ ନହେଲେ ଆସନ୍ତା ଗାନ୍ଧୀ ଜୟନ୍ତୀରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସଞ୍ଜୟ ବସନ୍ତ ଚକ୍ର, ରବୀନ୍ଦ୍ର କୁମାର ପଣ୍ଡା, କ୍ଷୀରୋଦ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।