ଚନ୍ଦ୍ରକୁ ନିଜ ଡିଏନଏ ପଠାଇବେ ଏହି ବ୍ୟକ୍ତି, ମହାକାଶରେ ମିଳିବ ଜୀବସତ୍ତାର ସନ୍ଧାନ

ଓ୍ବାଶିଂଟନ୍‌,୨୫।୧୧: ସମାଜର ବିକାଶରେ ବିଜ୍ଞାନର ବଡ ଭୂମିକା ରହିଛି। ବର୍ତ୍ତମାନ ବିଜ୍ଞାନ ସାହାର୍ଯ୍ୟରେ ୩ଲକ୍ଷ ୮୪ହଜାର ୪ଶହ କିମି ଦୂରରେ ଥିବା ଚନ୍ଦ୍ରକୁ ଆମେ ହାତ ବଢାଇ ସାରିଛୁ। ଏହାର ସଫଳ ଉଦାହରଣ ହେଉଛି ନିକଟରେ ହୋଇଥିବା ଚନ୍ଦ୍ରାୟାନ-୩। ତେବେ ଆଗକୁ ମଣିଷ ମଧ୍ୟ ଚନ୍ଦ୍ରକୁ ଯିବାକୁ ବୈଜ୍ଞାନିକମାନେ ଯୋଜନା କରୁଛନ୍ତି। ବର୍ତ୍ତମାନ ସେଠାକୁ ମଣିଷର ଡିଏନଏ ଯିବାକୁ ଯୋଜନା ପ୍ରସ୍ତୁତ ହେଉଛି। ମହାକାଶକୁ ଆହୁରି ଜାଣିବାର ଅଭିପ୍ରାୟକୁ ନେଇ ୮୬ବର୍ଷିିୟ ଫିଜିକ୍ସ ପ୍ରଫେସର କେନେଥ ଓମ୍‌ ଚନ୍ଦ୍ରକୁ ନିଜ ଡିଏନଏ ପଠାଇବା ପାଇଁ ସବୁ ପ୍ରସ୍ତୁତି ଶେଷ କରିଛନ୍ତି। ମହାକାଶରେ ଥିବା ଅନ୍ୟ ସଭ୍ୟତା ତାଙ୍କ ଡିଏନଏକୁ ଖୋଜି ବାହାର କରି ପାରିବ ବୋଲି ସେ ଆଶାବାଦୀ ଅଛନ୍ତି। ଏହାଦ୍ୱାରା ଅଲଗା ଦୁନିଆର ଜୀବସତ୍ତାର ସନ୍ଧାନ ମିଳିପାରିବ।

ପ୍ରଫେସର ଓମଙ୍କ ପିଲାଟି ବେଳୁ ମହାକାଶ ବିଷୟରେ ଜାଣିବାକୁ ଅହେତୁକ ଇଚ୍ଛା ରହିଛି। ନାସାରେ ମହାକାଶଚାରୀ ହେବା ତାଙ୍କର ସ୍ବପ୍ନ ଥିଲା। କିନ୍ତୁ ସେ ୬ଫୁଟ ୨ଇଞ୍ଚ ଉଚ୍ଚତା ହୋଇଥିବାରୁ ତାଙ୍କର ଏହି ସ୍ବପ୍ନ ସତ ହୋଇପାରୁ ନ ଥିଲା। ରିପୋର୍ଟ ଅନୁସାରେ, ସେ ଚନ୍ଦ୍ର ଓ ମଧ୍ୟପଶ୍ଚିମ ଜୀବନ ଉପରେ ଅନେକ ପୁସ୍ତକ ଲେଖିବା ସହ ୫୦ବର୍ଷ ଧରି ଶିକ୍ଷକତା କରିଛନ୍ତି।

Share