Posted inଖେଳ

କ୍ରିକେଟରୁ ଅବସର!: ଶାମି ଦେଲେ ଏଭଳି ମନ୍ତବ୍ୟ…

କୋଲକାତା,୮।୨ : ଭାରତୀୟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଆଜିକାଲି କ୍ରିକେଟ ପଡ଼ିଆଠାରୁ ଦୂରରେ ରହିଛନ୍ତି। ଏହି ସମୟ ମଧ୍ୟରେ କ୍ରିକେଟରୁ ଅବସର ନେଇ ମହମ୍ମଦ ଶାମି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏକଦିବସୀୟ ବିଶ୍ୱକପ ୨୦୨୩ ରେ ତାଙ୍କ ଯାଦୁ ଦେଖିବାକୁ ମିଳିଥିଲା। ସେ ଟୁର୍ନାମେଣ୍ଟରେ ମାତ୍ର ୭ଟି ମ୍ୟାଚ ଖେଳିଥିଲେ, ଯେଉଁଥିରେ ସେ ୨୪ ୱିକେଟ ନେଇଥିଲେ।

ବିଶ୍ୱକପ ୨୦୨୩ରେ ଶାମି ସର୍ବାଧିକ ୱିକେଟ ନେଇଥିଲେ। ଟୁର୍ନାମେଣ୍ଟ ସମୟରେ ଶାମି ଗୋଟିଏ ମ୍ୟାଚରେ ୩ ଥର ୬ ଏବଂ ଏହାଠାରୁ ଅଧିକ ୱିକେଟ ନେଇଥିଲେ। ଶାମିଙ୍କୁ ପ୍ରଥମ ତିନୋଟି ମ୍ୟାଚରୁ ଦୂରେଇ ରହିବାକୁ ପଡିଥିଲା। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ ଏବଂ ପାଣ୍ଡ୍ୟା ପୁରା ଟୁର୍ନାମେଣ୍ଟରୁ ବାଦ ପଡିଥିଲେ। ତା’ପରେ ଶାମି ପ୍ଲେଇଙ୍ଗ ଏକାଦଶରେ ଅନ୍ତର୍ଭୁକ୍ତ ହୋଇଥିଲେ । ଏହା ପରେ ଶାମି ପ୍ରତ୍ୟେକ ମ୍ୟାଚରେ ନିଜର ବିପଜ୍ଜନକ ବୋଲିଂ ପ୍ରଦର୍ଶନ କରିଥିଲେ।

ଏହି ଟୁର୍ନାମେଣ୍ଟରେ ଶାମି ଇଂଲଣ୍ଡରୁ ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍ପକୁ ହଟାଇ ପାଭିଲିୟନ ମୁହାଁ କରିଥିଲେ। ବିଶ୍ୱକପ ୨୦୨୩ ପୂର୍ବରୁ ମଧ୍ୟ ସେ ଆହତ ହୋଇଥିଲେ। ଏହା ସତ୍ତ୍ୱେ ସେ କେବଳ ପୁରା ଟୁର୍ନାମେଣ୍ଟ ଖେଳି ନ ଥିଲେ ବରଂ ଚମତ୍କାର ବୋଲିଂ ମଧ୍ୟ କରିଥିଲେ।

ବର୍ତ୍ତମାନ ଏକ ସାକ୍ଷାତକାର ସମୟରେ ସେ କ୍ରିକେଟରୁ ଅବସର ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ କୌଣସି ଜିନିଷର ଭାର ବହନ କରିପାରିବି ନାହିଁ। ଯେଉଁ ଦିନ ମୁଁ ଅନୁଭବ କରିବି କ୍ରିକେଟ ନେଇ ମୁଁ ବୋର୍‌ ହୋଇ ଯାଇଛି। ମୁଁ ସକାଳେ ଉଠି ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଅବସର ଘୋଷଣା କରିବି। ମୁଁ ଜାଣେ ଏ ବିଷୟରେ କେହି ମୋତେ କିଛି ବୁଝାଇବାର ଆବଶ୍ୟକତା ନାହିିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Asia Cup 2024: ବାଂଲାଦେଶକୁ ହରାଇ ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ,୨୨।୧୨: ଅଣ୍ଡର -୧୯ ମହିଳା ଏସିଆ କପ ୨୦୨୪ରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶକୁ ପରାସ୍ତ କରି ଟାଇଟଲ ଜିତିଛି। ଚଳିତ ବର୍ଷ ଭାରତର ଯୁବ...

କେ ଏଲ୍‌ ରାହୁଲଙ୍କ ପରେ ରୋହିତ ଶର୍ମା ଆହତ, ଟିମ୍‌ ଇଣ୍ଡିଆର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୨୨।୧୨: ବର୍ଡର-ଗାଭାସ୍କର ଟ୍ରଫିରେ ଆଉ ୨ ମୁକାବିଳା ଖେଲାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଲାଗି ଟୁର୍ନାମେଣ୍ଟ ଗୁରୁତ୍ୱ ରଖୁଥିବାରୁ ଉଭୟ ଟିମ୍‌ ଲାଗି ବିଜୟ ଗୁରୁତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri