Categories: ଖେଳ

‘ଅବସର ନେବା ହଠାତ ନିଷ୍ପତ୍ତି ନ ଥିଲା’

ଚଟ୍ଟଗ୍ରାମ(ବାଂଲାଦେଶ),୭ା୭: ଆଶ୍ଚର୍ଯ୍ୟଜନକ ଭାବେ ବାଂଲାଦେଶ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଅଧିନାୟକ ତମିମ ଇକ୍‌ବାଲ ଗୁରୁବାର ତାଙ୍କର ଅବସର ଘୋଷଣା କରିଛନ୍ତି। ଏହି ଘୋଷଣା ବାଂଲାଦେଶକୁ ୨୦୨୩ ବିଶ୍ୱକପ ଜିତିବାର ସମ୍ଭାବନାକୁ ଏକ ବଡ଼ ଝଟକା ଦେଇଛି। ଆଫଗାନିସ୍ତାନ ସହ ଦିନିକିଆ ମ୍ୟାଚରେ ବାଂଲାଦେଶର ପରାଜୟର ଗୋଟିଏ ଦିନ ପରେ ତମିମ ଏହି ନିଷ୍ପତ୍ତି ନେଇଛନ୍ତି। ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଆଫଗାନିସ୍ତାନ ବିପକ୍ଷରେ ମୋର ଶେଷ ଅନ୍ତର୍ଜାତୀୟ ଖେଳ ଥିଲା। ଅବସର ନେବା ହଠାତ୍‌ ନିଷ୍ପତ୍ତି ନ ଥିଲା। ମୁଁ ଏହି ବିଷୟରେ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲି। ମୁଁ ଭାବିଲି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପାଇଁ ଏହା ଉପଯୁକ୍ତ ସମୟ ବୋଲି ତମିମ କହିଥିଲେ।

ସେ ସବୁବେଳେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିବା ଲାଗି ପ୍ରୟାସ କରିଛନ୍ତି। ତାଙ୍କ ଲମ୍ବା କ୍ୟାରିୟରରେ ସାଥୀ ଖେଳାଳି, କୋଚ୍‌, ଅଫିସିଆଲ, ପରିବାର ସଦସ୍ୟଙ୍କ ସମେତ ଯେଉଁମାନେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଆସିଥିଲେ ତାଙ୍କୁ ସେ ଧନ୍ୟବାଦ ଦେଇଥିଲେ। ସେତିକିବେଳେ ତମିମ ଭାବବିହୋଳ ହୋଇଯାଇଥିଲେ। ଏପରିକି ସେ ଆଖିରୁ ଲୁହ ପୋଛୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share