Categories: ଜାତୀୟ

ବିଳମ୍ବ ହୋଇନି, ଫେରିଆସ

ମୁମ୍ବାଇ,୨୯ା୬:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଗୁଆହାଟୀରେ ବିଦ୍ରୋହୀ ସେନାପତି ଏକନାଥ ସିନ୍ଧେଙ୍କ ସହ ଅବସ୍ଥାନ କରୁଥିବା ୪୦ ବିଧାୟକଙ୍କୁ ମଙ୍ଗଳବାର ଏକ ଆବେଗପୂର୍ଣ୍ଣ ପତ୍ର ଲେଖି ଫେରିଆସିବାକୁ ଅନୁରୋଧ କରିଛନ୍ତି। ଉଦ୍ଧବ ଏଥିରେ ଉଲ୍ଲେଖ କରିଛନ୍ତି, ଆମେ ସମସ୍ତେ ଶିବସେନା ପରିବାର ସଦସ୍ୟ। ଏହାକୁ ନେଇ କୌଣସି ପ୍ରକାର ଦ୍ୱନ୍ଦ୍ୱ ରହିବା ଅନୁଚିତ। ଆପଣମାନେ କିଛିଦିନ ହେଲା ଗୁଆହାଟୀରେ ଫସିରହିଛନ୍ତି। ଆପଣମାନଙ୍କ ମଧ୍ୟରୁ କେତେଜଣ ମୋ ସହ ଯୋଗାଯୋଗରେ ଅଛନ୍ତି। ତଥାପି ଆପଣମାନଙ୍କୁ ନେଇ ମୁଁ ଚିନ୍ତିତ। କାହା କଥାରେ ପଡ଼ନ୍ତୁ ନାହିଁ। ଶିବସେନା ଭଳି ସମ୍ମାନ ଅନ୍ୟ କୌଣସି ଦଳରେ ମିଳିବ ନାହିଁ। ମୁମ୍ବାଇକୁ ଫେରିଆସନ୍ତୁ। ଆଲୋଚନା କରି ସମାଧାନର ପନ୍ଥା ବାହାର କରିବା। ଉଦ୍ଧବ ଓ ତାଙ୍କ ସହ ଥିବା ୧୫ ବିଧାୟକ ଦଳରେ ବିଭାଜନ ଏଡ଼ାଇବା ପାଇଁ ପୂର୍ବରୁ ମଧ୍ୟ ବିଦ୍ରୋହୀମାନଙ୍କୁ ଫେରିବାକୁ ନିବେଦନ କରିଛନ୍ତି। ସେହିପରି ଉଦ୍ଧବଙ୍କ ସ୍ତ୍ରୀ ରଶ୍ମି ଠାକ୍‌ରେ ମଧ୍ୟ ବିଦ୍ରୋହୀ ବିଧାୟକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅନୁରୂପ ମେସେଜ୍‌ ପଠାଇଥିବା ଜଣାପଡ଼ିଛି।

Share