କୃଷକଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୬ା୧- ଦିଲ୍ଲୀ ଛାଡ଼ି ସୀମାକୁ ଫେରି ଆସିବାକୁ କୃଷକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ନୂଆ ଚାଷୀ ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଗତ ନଭେମ୍ବରଠାରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିବାକୁ କହିଛନ୍ତି। ହିଂସା କଦାପି ଗ୍ରହଣୀୟ ନୁହେଁ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କାରଣରୁ ମିଳିଥିବା ଦେଶବାସୀଙ୍କ ସମର୍ଥନ ମଧ୍ୟ ହ୍ରାସ ପାଇବ। କିଷାନ ନେତାମାନେ ଟ୍ରାକ୍ଟର ରାଲି ଠାରୁ ଦୂରେଇ ରୁହନ୍ତୁ। ସମସ୍ତ କୃଷକଙ୍କୁ ଦିଲ୍ଲୀ ସୀମା ଫେରି ଆସିବାକୁ ଅନୁରୋଧ କରୁଛି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି।

ଦେଶର ୭୨ତମ ସାଧାରଣତନ୍ତ୍ର ଦିବସରେ ରାଜଧାନୀରେ ଆନ୍ଦୋଳନରତ କୃଷକ ଓ ପୋଲିସ ମୁହଁାମୁହିଁ ହେବାର ବହୁ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି। ଏପରି କି ଆନ୍ଦୋଳନରତ ବହୁ ସଂଖ୍ୟାରେ କୃଷକମାନେ ବ୍ୟାରେକେଡ୍‌ ଡେଇଁ ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ହିଂସା ଘଟାଇଥିବା କୃଷକମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Share