Categories: ଜାତୀୟ

ନିର୍ବାଚନ ପୂର୍ବରୁ ରାଜ୍ୟ ମାନ୍ୟତା ଫେରାଅ: ଗୁଲାମ ନବୀ

ନୂଆଦିଲ୍ଲୀ, ୨୫।୧୦: ନିର୍ବାଚନ ପୂର୍ବରୁ ଜମ୍ମୁ-କଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ରବିବାର କେନ୍ଦ୍ର ସରକାରଙ୍କୁ ଆହ୍ବାନ ଦେଇଛନ୍ତି। ପ୍ରଥମେ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ଓ ନିର୍ବାଚନ ପରେ ରାଜ୍ୟ ମାନ୍ୟତା ପ୍ରଦାନ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ପୂର୍ବରୁ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମୀରର ରାଜନେତାମାନଙ୍କୁ ତାଙ୍କ ବାସଭବନକୁ ଡାକି ଆଲୋଚନା କରିଥିଲେ, ସେତେବେଳେ ପ୍ରଥମେ ରାଜ୍ୟ ମାନ୍ୟତା ଓ ପରେ ନିର୍ବାଚନ କରିବାକୁ ସେ ଦାବି କରିଥିଲେ ବୋଲି ଗୁଲାମ ନବୀ କହିଛନ୍ତି। ଅନ୍ୟ ଦଳଗୁଡ଼ିକ ମଧ୍ୟ ଅନୁରୂପ ଦାବି ଜଣାଇଥିଲେ। ତେବେ କଶ୍ମୀର ଗସ୍ତରେ ଯାଇଥିତ୍ବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ପ୍ରଥମେ ସୀମା ପୁନଃନିର୍ଦ୍ଧାରଣ ପରେ ନିର୍ବାଚନ ଓ ଏହା ପରେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ ବୋଲି ଶନିବାର କହିବା ପରେ କଂଗ୍ରେସ ନେତା ଏହାର ପ୍ରତିବାଦ କରିଛନ୍ତି।

Share