ପାଇଥିବା ମନିପର୍ସ ଫେରାଇଲେ

ରୂପସା, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ବାହାର୍ଦ୍ଦା ପଞ୍ଚାୟତ ବାରିଦା ଗ୍ରାମର ସହୃଦୟ ଯୁବକ ଗଦାଧର ମହତା ମାନବିକତା ଦେଖାଇଛନ୍ତି। ପାଇଥିବା ପଇସା ଭର୍ତ୍ତି ମନି ପର୍ସ ସହ ଏଟିଏମ କାର୍ଡ଼, କ୍ରେଡିଟ କାର୍ଡ଼, ଆଧାର କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ ଆଦି ଫେରାଇ ନିଜର ମହାନତାର ପରିଚୟ ଦେଇଛନ୍ତି।
ଗଦାଧର ତାଙ୍କ ବାପା ଜଳଧର ମହତାଙ୍କ ସହ ରାସ୍ତାରେ ଯାଉଥିବା ବେଳେ ଧେନୁଖୋଜା-ବାରିଦା ରାସ୍ତାରେ ଉକ୍ତ ପର୍ସକୁ ପାଇଥିଲେ। ଏ ସମ୍ପର୍କରେ ସେ ସାମାଜିକ କର୍ମୀ ଶଶିକାନ୍ତ ପଣ୍ଡାଙ୍କୁ ଜଣାଇଥିଲେ। ଶଶିକାନ୍ତ ପଣ୍ଡା ଉକ୍ତ ପର୍ସକୁ ତଦାରଖ କରି ହଜାଇଥିବା ବ୍ୟକ୍ତିଙ୍କ ଠିକଣା ଖୋଜି ବାହାର କରିଥିଲେ। ଯୋଗାଯୋଗ ପରେ ସଦାନନ୍ଦପୁର ଗ୍ରାମର ରଘୁନାଥ ପାଣିଙ୍କର ଏହି ପର୍ସ ଜଣାପଡ଼ିବା ପରେ ତାଙ୍କୁ ଡକାଇ ବାହାର୍ଦ୍ଦା ସରପଞ୍ଚ ସଞ୍ଜୀବ ଦଳାଇ, ଯୁବନେତା ଇଂ. ଦିବାକର ରାଉତଙ୍କ ଉପସ୍ଥିତିରେ ପର୍ସକୁ ଫେରସ୍ତ କରାଇଥିଲେ।