ଟିଟିଲାଗଡ଼,୩୧।୭(ଡି.ଏନ.ଏ): କିଛିଦିନର ନୀରବତା ପରେ ଶନିବାର ଲୁଟେରା ଆପାଚି ଗ୍ୟାଙ୍ଗ ଟିଟିଲାଗଡ ଅଞ୍ଚଳରେ ଲୁଟ୍ପାଟ୍ କରିଛନ୍ତି। ସହରର ଯୁବ ଠିକାଦାର ମହେଶ ଅଗ୍ରୱାଲଙ୍କ ଦୁଇଜଣ କର୍ମଚାରୀଙ୍କଠାରୁ ସେମାନେ ୨ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଖବର ପାଇ ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହା, ଏସଆଇ ଆଶୁତୋଷ ସାମଲ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାରୁ ପ୍ରକାଶ ଯେ, ମହେଶଙ୍କ ଦୁଇ କର୍ମଚାରୀ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରୁ ୨ ଲକ୍ଷ ଟଙ୍କା ଉଠାଇ ଏକ ଗାଡିରେ ଫେରୁଥିଲେ। ହଟଲି ଛକ ନିକଟରେ ୨ ଜଣ ଲୁଟେରା ଏକ ଆପାଚି ବାଇକ୍ରେ ଆସି ପଛରେ ବସିଥିବା କର୍ମଚାରୀଙ୍କ ହାତରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଲୁଟ ଘଟଣା ସିସିଟିଭିରେ କଏଦ ହୋଇଛି।