ୟୁକ୍ରେନ୍‌ରୁ ଫେରିଲେ ଡାକ୍ତରୀ ଛାତ୍ର ବିକାଶ

ଆଳି,୪ା୩(ଡି.ଏନ.ଏ.): ଯୁଦ୍ଧଭୂମି ୟୁକ୍ରେନ୍‌ରୁ ଓଡ଼ିଶା ଫେରିଛନ୍ତି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ତେଲିପାଟଣା ଗଁାର ଡାକ୍ତରୀ ଛାତ୍ର ବିକାଶ ବେହେରା। ବିକାଶ ବୁଧବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବା ପରେ କଟକସ୍ଥିତ ତାଙ୍କ ଭାଇଙ୍କ ଘରେ ଅଛନ୍ତି। ନାନା ଆଶା ଆଶଙ୍କା ମଧ୍ୟରେ ପୁଅର ଫେରିବା ବାଟକୁ ଅପେକ୍ଷା କରିଥିବା ବାପା ପଦ୍ମନାଭ ବେହେରା, ମା’ ବାସନ୍ତୀଙ୍କ ସମେତ ସାରା ପରିବାର ଏବେ ଖୁସିବ୍ୟକ୍ତ କରିଛନ୍ତି। ବିକାଶ ଶୁକ୍ରବାର ଗଁାକୁ ଫେରିବେ। ପରିବାର ଲୋକଙ୍କ ସହ ଗ୍ରାମବାସୀ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି।
କଟକରେ ପହଞ୍ଚତ୍ବା ପରେ ବିକାଶ କୁହନ୍ତି, ସେ ଭିନିତସା ନ୍ୟାଶନାଲ ମେଡିକାଲ ୟୁନିଭରସିଟିର ଏମ୍‌ବିବିଏସ୍‌ର ତୃତୀୟ ବର୍ଷ ଛାତ୍ର ଥିଲେ। ତୃତୀୟ ବର୍ଷ ଫାଇନାଲ ପରୀକ୍ଷା ନିମନ୍ତେ ଅନ୍ୟ ସାଙ୍ଗମାନଙ୍କ ସହ ସେ ପ୍ରସ୍ତୁତ ହେଉଥିଲେ। ଆଶା ଥିଲା ପରୀକ୍ଷା ଦେଇଥାନ୍ତୁ। ହେଲେ ରୁଷର ୟୁକେନ୍‌ ଆକ୍ରମଣ ଯୋଗୁ ସବୁ ଯେମିତି ଓଲଟପାଲଟ ହୋଇଗଲା। ସମସ୍ତେ ଭୟଭୀତ ଅବସ୍ଥାରେ ସେଠାରେ ରହୁଥିଲୁ। ଜୀବନ ବଞ୍ଚାଇବାକୁ ସମସ୍ତେ ବଙ୍କରରେ ଆଶ୍ରୟ ନେଇଥିଲୁ। ମାଇନସ୍‌ ୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ସେଠାରେ ରହିବା ବହୁ କଷ୍ଟକର ଥିଲା। ବିକାଶ ରହୁଥିବା ହଷ୍ଟେଲ ନିକଟରେ ବଙ୍କରର କୌଣସି ଅସୁବିଧା ନ ଥିଲା। ଜରୁରିକାଳୀନ ପରିସ୍ଥିତି ଉପୁଜିବାରୁ ଖାଦ୍ୟ, ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଥିଲା। ଘରକୁ ଫେରିବା ଓ ପରିବାର ଲୋକଙ୍କୁ ଦେଖିବାର ଆଶା କ୍ଷୀଣ ହେବାରେ ଲାଗିଥିତ୍ଲା। ଅପରପକ୍ଷେ ଭାରତ ସରକାର ଦେଶର ଛାତ୍ରୀଛାତ୍ର ଓ ନାଗରିକଙ୍କୁ ଫେରାଇ ଆଣିବା ନିମନ୍ତେ ବନ୍ଦୋବସ୍ତ କରିଥିଲେ। ସେମାନେ ଭିନିତସାରୁ ଏକ ବସରେ ରୋମାନିଆ ଆସିଥିଲେ। ସେଠାରେ ଭାରତ ଆମ୍ବାସିଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ରୋମାନିଆରୁ ଭାରତ ସରକାରଙ୍କ ମାଗଣା ବିମାନରେ ବମ୍ବେରେ ପହଞ୍ଚତ୍ବା ପରେ ଓଡ଼ିଶା ଭବନରେ ରହିଥିଲେ। ରାଜ୍ୟ ସରକାର ତାଙ୍କୁ ବିମାନରେ ଭୁବନେଶ୍ୱରକୁ ଆଣିଥିଲେ। ଆଖି ସାମ୍ନାରେ ଯୁଦ୍ଧ ପରିସ୍ଥିତି ଦେଖି ଯେଉଁ ଭୟ ସୃଷ୍ଟି ହୋଇଥିଲା ତାହା ଜନ୍ମମାଟିରେ ପହଞ୍ଚତ୍ବା ପରେ ଦୂରେଇ ଯାଇଛି। କିନ୍ତୁ ସେଠାରେ ଫସି ରହିଥିବା ଅନ୍ୟ ସାଥୀଙ୍କୁ ଶୀଘ୍ର ଫେରାଇ ଆଣିବାକୁ ସେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ବୋଲି ବିକାଶ କହିଛନ୍ତି। ବିକାଶ ଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share