ଭୁବନେଶ୍ବର,୧।୪(ବ୍ୟୁରୋ): ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପରେ ଓଡ଼ିଶା ଫେରିଛନ୍ତି ପାରାଲମ୍ପିଆନ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବା ପରେ କ୍ରୀଡ଼ାବିତ୍ଙ୍କୁ ପଦ୍ମଶ୍ରୀ ସମ୍ମାନ ଓ ଏହାଦ୍ବାରା କୀଡ଼ାବିତଙ୍କ ଉପରେ ପଡ଼ିବାକୁ ଥିବା ପ୍ରଭାବକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଏଭଳି ସମ୍ମାନ ଦ୍ବାରା ରାଜ୍ୟ ଓ ଦେଶର ପାରାକ୍ରୀଡ଼ାବିତ୍ ଅନ୍ୟ କ୍ରୀଡ଼ାବିତ୍ଙ୍କୁ ମଧ୍ୟ ପ୍ରେରଣା ପାଇବେ ବୋଲି କହିଛନ୍ତି ପ୍ରମୋଦ। ତା’ ସହିତ ସମସ୍ତ ପ୍ରକାର ସହଯୋଗ ଓ ସ୍ନେହ ପାଇଁ ଓଡ଼ିଶା ସରକାର ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।