ଖୁବ୍‌ଶୀଘ୍ର ପରଦାକୁ ଫେରୁଛନ୍ତି ଏହି ସୁପରହିଟ୍‌ ଯୋଡ଼ି

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଯୋଡ଼ି ସଲମାନ ଖାନ୍‌ ଏବଂ କ୍ୟାଟ୍ରିନା କୈଫ୍‌ ଖୁବ୍‌ଶୀଘ୍ର ବଡ଼ ପରଦାକୁ ଫେରୁଛନ୍ତି। ଉଭୟଙ୍କର ଲକ୍ଷଲକ୍ଷ ପ୍ରଶଂସକ ସମଗ୍ର ବିଶ୍ୱରେ ରହିଛନ୍ତି। ଉଭୟ ଷ୍ଟାର୍‌ ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ବକ୍ସ ଅଫିସରେ ରାଜ୍‌ କରିଥାନ୍ତି। ସଲମାନ ଏବଂ କ୍ୟାଟ୍ରିନାଙ୍କୁ ୪ବର୍ଷ ପୂର୍ବେ ୨୦୧୯ରେ ଫିଲ୍ମ ‘ଭାରତ’ରେ ଏକାଠି ଦେଖିବାକୁ ମିଳିଥିଲା।

ଏହି ଫିଲ୍ମ ସେତେବେଳେ ବକ୍ସ ଅଫିସରେ ହିଟ୍‌ ହୋଇଥିଲା। ବର୍ତ୍ତମାନ ରିଲିଜ ହେବାକୁ ଯାଉଥିବା ସଲମାନ ଏବଂ କ୍ୟାଟ୍ରିନାଙ୍କ ଫିଲ୍ମ ନିଶ୍ଚିତ ଭାବରେ ବକ୍ସ ଅଫିସରେ ଏହାର ଯାଦୁ ଦେଖାଇପାରେ। କାରଣ ଲୋକମାନେ ଗତ ୬ ବର୍ଷ ଧରି ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। ଏହି ଫିଲ୍ମର ନାମ ହେଉଛି ‘ଟାଇଗର-୩’ । ଏହି ଫିଲ୍ମର ପ୍ରଥମ ଭାଗ ଏବଂ ଦ୍ୱିତୀୟ ଭାଗ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା।

ସଲମାନ ଏବଂ କ୍ୟାଟ୍ରିନାଙ୍କ ଫିଲ୍ମ ‘ଟାଇଗର-୩’ ଚଳିତ ବର୍ଷ ଦୀପାବଳି ଅବସରରେ ନଭେମ୍ବର ୧୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିପାରେ ବୋଲି ଆଶା କରାଯାଉଛି।

ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟାଇଗର’ ’ହେଉଛି ଏକ ଆକ୍ସନ ଥ୍ରୀଲର ଫିଲ୍ମ। ୟଶରାଜ ଫିଲ୍ମ ଅଧୀନରେ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ବ୍ୟତୀତ ଇମ୍ରାନ ହାସ୍‌ମୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Share