Categories: ଜାତୀୟ

ରେଭନ୍ଥ ମୁଖ୍ୟମନ୍ତ୍ରୀ-ମଲ୍ଲୁ ଭଟ୍ଟି ଉପମୁଖ୍ୟମନ୍ତ୍ରୀ…

ହାଇଦ୍ରାବାଦ,୭।୧୨ : ରେଭନ୍ଥ ରେଡ୍ଡୀ ଗୁରୁବାର ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବହୁ ଜନସମାଗମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି।

ମଲ୍ଲୁ ଭଟ୍ଟି ବିକ୍ରମାର୍କା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେହିପରି ନାଲାମଡା ଉତ୍ତମ କୁମାର ରେଡ୍ଡୀ, ସି ଦାମୋଦର ରାଜନରସିମା, କୋମାଟେରେଡି ଭେଙ୍କଟା ରେଡ୍ଡୀ, ଏସ.ଡୁଡିଲା ଶ୍ରୀଧର ବାବୁ, ପଙ୍ଗୁଲେବ ଶ୍ରୀନିବାସ ରେଡ୍ଡୀ, ପୋନମ ପ୍ରଭାକର, ସୋଟ .କୋଣ୍ଡା ସୁରେଖା, ଡି .ଅନସୁୟା ସେଥକ୍କା, ତୁମଲା ନାଗେଶ୍ୱରା ରାଓ, କୃଷ୍ଣ ରାଓ ଏବଂ ଗଦାମ ପ୍ରସାଦ କୁମାର କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଦିପେନ୍ଦ୍ର ହୁଡା ଉପସ୍ଥିତ ଥିଲେ। ଏହା ସହିତ କଂଗ୍ରେସର ଅନ୍ୟାନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର, ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା ପ୍ରମୁଖ ଉପସ୍ଥିତ ଥିଲେ।

 

 

Share