Categories: ଜାତୀୟ

ରେବନ୍ଥ ରେଡ୍ଡୀ ହେବେ ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ, ବୁଧବାର ନେଇପାରନ୍ତି ଶପଥ

ହାଇଦ୍ରାବାଦ, ୫।୧୨: ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ କଂଗ୍ରେସ ସଭାପତି ରେବନ୍ଥ ରେଡ୍ଡୀ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ଏବଂ ଆସନ୍ତା କାଲି ଅର୍ଥାତ ବୁଧବାର କିମ୍ବା ପରଦିନ ଶପଥ ଗ୍ରହଣ ଉତ୍ସବ ହେବ। ରାଜ୍ୟରେ ଦଳକୁ କ୍ଷମତାକୁ ଆଣିବାରେ ରେବନ୍ଥଙ୍କ ବଡ଼ ଭୁମିକା ଥିବା କୁହାଯାଉଛି।

କଂଗ୍ରେସର ବରିଷ୍ଠ ନେତା ଉତ୍କଳ କୁମାର ରେଡ୍ଡୀ ଏବଂ ଭଟ୍ଟୀ ବିକ୍ରମାର୍କାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇପାରେ କିମ୍ବା ଏକ ଉଚ୍ଚ ମନ୍ତ୍ରୀ ପଦବୀ ଦିଆଯାଇପାରେ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ବ୍ୟବସ୍ଥା ରହିବ ନାହିଁ ବୋଲି ସୂତ୍ରରୁ ଖବର ମିଳିଛି। ତେବେ ରେଭନ୍ଥ ମୁଖ୍ୟମନ୍ତ୍ରୀ ହେବାର ଚର୍ଚ୍ଚା ମଧ୍ୟରେ ଉତ୍ତମ ରେଡ୍ଡୀ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ଘରେ ପହଞ୍ଚିଛନ୍ତି।

ମାଲକଜଗିରିର ଜଣେ ଅଭିଜ୍ଞ ରାଜନେତା ତଥା ଲୋକସଭା ସାଂସଦ ରେବନ୍ଥ ରେଡ୍ଡୀ ତେଲଙ୍ଗାନା ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୨୦୧୭ ରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ରୁ କଂଗ୍ରେସକୁ ଆସିବା ପରେ ରାଜ୍ୟର ରାଜନୈତିକ ସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ରାଜ୍ୟରେ କଂଗ୍ରେସ ୬୪ ଟି ଆସନ ଜିତିଥିବାବେଳେ ବିଆରଏସ୍ ୩୯ ଟି ସିଟ୍ ଜିତିଛି।

Share