ଭୁବନେଶ୍ୱର,୬ା୩ (ବ୍ୟୁରୋ):‘ମିସ୍ ଗ୍ଲୋବାଲ ଏସିଆ ପାସିଫିକ୍ ୨୦୨୩’ ମୁକୁଟ ପିନ୍ଧିଲେ ରେବତୀ ମହାନ୍ତି। ସେ ହେଉଛନ୍ତି କିଟ୍ ବିଶ୍ୱବିଦ୍ୟାଳୟର ଫ୍ୟାଶନ ଡିଜାଇନିଂ ବିଭାଗର ଛାତ୍ରୀ। ମାଲେସିଆର ମେଲ୍କାଠାରେ ଫେବୃୟାରୀ ୨୧ରୁ ୨୫ପର୍ଯ୍ୟନ୍ତ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଚାଲିଥିଲା। ଏଥିରେ ୮ଟି ଦେଶରୁ ୧୮ଜଣ ପ୍ରତିଯୋଗୀ ଯୋଗଦେଇଥିଲେ। ଏହି ଇଭେଣ୍ଟ ମିସ୍ ଗ୍ଲୋବାଲ ଏସିଆନ୍, ମିଷ୍ଟ୍ରେସ୍ ଗ୍ଲୋବାଲ ଏସିଆନ୍ ଏବଂ ମିସେସ୍ ପିଟି ଗ୍ଲୋବାଲ ଏସିଆନ୍ ଭଳି ୩ଟି ବର୍ଗରେ ଅନୁଷ୍ଠିତ ହୋଇଥିଲା। ତେବେ ଏହି ସଫଳତା ପାଇଁ ରେବତୀ ତାଙ୍କ ପରିବାର, ସାଙ୍ଗସାଥୀ ଓ ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି।