୫୦ କୋଟି ୟୁଜର୍ସଙ୍କ ତଥ୍ୟ ପ୍ରଘଟ

ନ୍ୟୁୟର୍କ, ୫ା୪: ତଥ୍ୟ ଗୋପନୀୟତା ମାମଲାରେ ପୁଣି କାଠଗଡ଼ାରେ ଛିଡ଼ା ହୋଇଛି ଫେସ୍‌ବୁକ୍‌। ଏହି ସୋସିଆଲ ସାଇଟ୍‌ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ସଙ୍କ ଓ୍ବେବସାଇଟ୍‌ରେ ଘୂରି ବୁଲୁଥିବା ସାମ୍‌ନାକୁ ଆସିଛି। ୫୦ କୋଟିରୁ ଊର୍ଦ୍ଧ୍ୱ ୟୁଜର୍ସଙ୍କ ଫେସ୍‌ବୁକ୍‌ ଆଇଡିଠାରୁ ଆରମ୍ଭ କରି ଫୋନ୍‌ ନମ୍ବର, ଇମେଲ ଆଇଡି, ଫଟୋ, ଜନ୍ମ ସ୍ଥାନ ଆଦି ଡାଟା ଓ୍ବେବସାଇଟ୍‌ରେ ଉପଲବ୍ଧ ଘଟଣା ଜଣାପଡ଼ିବା ପରେ ବ୍ୟବହାରକାରୀଙ୍କ ତଥ୍ୟ କେତେ ସୁରକ୍ଷିତ ସେ ନେଇ ପ୍ରଶ୍ନ ଉଠିଛି। ହ୍ୟାକର୍ସଙ୍କ ଏକ ଓ୍ବେବସାଇଟ୍‌ରେ ୫୦ କୋଟିରୁ ଊର୍ଦ୍ଧ୍ୱ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟ ଉପଲବ୍ଧ ହୋଇଛି। ଏଥିରେ ୬୧ ଲକ୍ଷ ଭାରତୀୟଙ୍କ ଡାଟା ରହିଛି। ଏ ନେଇ ‘ବିଜ୍‌ନେସ୍‌ ଇନ୍‌ସାଇଡର’ ଓ୍ବେବସାଇଟ୍‌ ପକ୍ଷରୁ ଖବର ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ୧୦୬ଟି ଦେଶର ୫୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ବାବଦରେ ପ୍ରାୟ ସମସ୍ତ ତଥ୍ୟ ଅନ୍‌ଲାଇନରେ ଘୂରି ବୁଲୁଛି। ଲୋକଙ୍କ ଡାଟା ସୁରକ୍ଷାକୁ ନେଇ ପୂର୍ବରୁ ଫେସ୍‌ବୁକ୍‌ ଉପରେ ବାରମ୍ବାର ପ୍ରଶ୍ନ ଉଠିଆସୁଥିବାବେଳେ ଏବେ ଏଭଳି ଖବର ସାମ୍‌ନାକୁ ଆସିବା ପରେ ଏହି ସୋସିଆଲ ସାଇଟ୍‌ ବ୍ୟବହାରକାରୀଙ୍କ ଚିନ୍ତା ବଢ଼ିଛି। ପଲିଟିକାଲ ଫାର୍ମ କେମ୍ବ୍ରିଜ ଆନାଲିଟିକା ପ୍ରାୟ ୮ କୋଟି ୭୦ ଲକ୍ଷ ଲୋକଙ୍କ ତଥ୍ୟ ସେମାନଙ୍କ ଅଜାଣତରେ ହାସଲ କରନେଇଥିବା ଜଣାପଡ଼ିବା ପରେ ଫେସ୍‌ବୁକ୍‌ ୨୦୧୮ରେ କୌଣସି ମୋବାଇଲ ନମ୍ବର ମାଧ୍ୟମରେ ଆଇଡି ସର୍ଚ୍ଚ କରିବାର ସୁବିଧା ହଟାଇ ଦେଇଥିଲା। ସେହିପରି ପ୍ରାୟ ୨୬ କୋଟି ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ଇଣ୍ଟରନେଟ୍‌ରେ ଉପଲବ୍ଧ ହୋଇଥିବା ନେଇ ୨୦୧୯ରେ ୟୁକ୍ରେନର ସୁରକ୍ଷା ଅନୁସନ୍ଧାନକର୍ତ୍ତାଙ୍କ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ତେବେ ‘ବିଜ୍‌ନେସ୍‌ ଇନ୍‌ସାଇଡର’ ପକ୍ଷରୁ ପ୍ରକାଶିତ ରିପୋର୍ଟ ୨୦୧୯ରେ ପ୍ରଘଟ ତଥ୍ୟ ଉପରେ ଆଧାରିତ କି ନା ତାହା ସ୍ପଷ୍ଟ ହୋଇନାହିଁ। ଏ ବାବଦରେ ଫେସ୍‌ବୁକ୍‌ ଏକ ବିବୃତି ଜାରି କରି ଏହି ରିପୋର୍ଟକୁ ପୁରୁଣା ବୋଲି କହିଛି। ୨୦୧୯ ଅଗଷ୍ଟରେ ସମସ୍ୟା ସମାଧାନ କରାଯାଇଥିଲା ବୋଲି ଫେସ୍‌ବୁକ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହସିନାଙ୍କୁ ମାଗୁଛି ବାଂଲାଦେଶ, ହେଲେ ୟୁନୁସ ସରକାର କରିଦେଲେ ଏମିତି ଭୁଲ, ଏବେ ଭାରତ କ’ଣ କରିବ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୩।୧: ବାଂଲାଦେଶ ବାରମ୍ବାର ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରୁଛି। ସେ ଭାରତକୁ ନିବେଦନ କରିଛି। ଏବେ ପ୍ରଶ୍ନ ହେଉଛି ଭାରତ ଶେଖ ହସିନାଙ୍କୁ ହସ୍ତାନ୍ତର...

ସିରିଆ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ

ତେଲ ଅଭିଭ,୩।୧: ଗୁରୁବାର ରାତିରେ ଇସ୍ରାଏଲ ସିରିଆର ଅଲେପ୍ପୋ ସହରର ଦକ୍ଷିଣ ଅଞ୍ଚଳରେ ଅବସ୍ଥିତ ସିରିଆ ସେନା ଶିବିର ଉପରକୁ ବୋମା ମାଡ଼ କରିଥିଲା। ସିରିଆ...

‘ଘରେ ପଶି ମାରୁଛି ଭାରତ’, ପାକିସ୍ତାନ ଲଗାଉଛି ଅଜବ ଅଭିଯୋଗ

ଇସଲାମାବାଦ/ନୂଆଦିଲ୍ଲୀ,୩।୧: ସବୁଥର ପରି ଏଥର ମଧ୍ୟ ପାକିସ୍ତାନ ଭାରତକୁ ଭୟ କରୁଛି। ଏଥର ସେ ନିଜେ ଏହାକୁ ଗ୍ରହଣ କରିଛି। ସୂଚନାଯୋଗ୍ୟ, ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ...

ବାଇଡେନଙ୍କ ସ୍ତ୍ରୀଙ୍କୁ ଦାମୀ ଉପହାର ଦେଇଥିଲେ ମୋଦି: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଓ୍ବାଶିଂଟନ୍‌,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୩ରେ ଆମେରିକାର ପ୍ରଥମ ଲେଡି ଜିଲ ବିଡେନଙ୍କୁ ୧୭ ଲକ୍ଷ ଟଙ୍କା ମୂଲ୍ୟର ହୀରା ଉପହାର ଦେଇଥିଲେ। ମୋଦିଙ୍କ ଏହି...

ବିଲ୍ଡିଂରେ ମାଡ଼ ହୋଇ କ୍ରାଶ୍‌ ହେଲା ବିମାନ: ୨ ମୃତ, ୧୮ ଆହତ

କାଲିଫର୍ନିଆ,୩।୧: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦକ୍ଷିଣ କାଲିଫର୍ନିଆର ଏକ ବ୍ୟବସାୟିକ ବିଲ୍ଡିଂରେ ବିମାନ ମାଡ଼ ହୋଇ କ୍ରାଶ୍‌ ହୋଇଛି। ଏହି...

ହସ୍ପିଟାଲ୍‌ରେ ଭିଡ଼,ଶ୍ମଶାନଘାଟରେ ନାହିଁ ଜାଗା: କରୋନା ପରେ ଚାଇନାରେ ବ୍ୟାପୁଛି ଆଉ ଏକ ବିପଜ୍ଜନକ ଭାଇରସ୍‌

ବେଜିଂ,୩।୧:୨୦୨୦ରେ ବିଶ୍ୱକୁ ଆସିଥିବା କରୋନା ମହାମାରୀ ପରେ ଚାଇନାରେ ଆଉ ଏକ ବିପଜ୍ଜନକ ଭାଇରସ୍‌ ମାଡ଼ିବାରେ ଲାଗିଛି। ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ (ଏଚ୍‌ଏମ୍‌ପିଭି)ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।...

ବିବାଦ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଭାରତ-ବାଂଲାଦେଶ, ଜଣେ ଅନ୍ୟଦେଶକୁ…

ଢାକା/ନୂଆଦିଲ୍ଲୀ,୩।୧: ଭାରତ ଗୁରୁବାର ୯୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି...

ନୂଆବର୍ଷ ଆରମ୍ଭରେ ଆମେରିକାରେ ଖେଳିଗଲା ଆତଙ୍କ

ନ୍ୟୁଅର୍ଲିନ୍ସ/ଲାସ୍‌ଭେଗାସ୍‌/ଓ୍ବାଶିଂଟନ୍‌,୩ା୧:୨୦୨୫ ଜାନୁଆରୀ ୧ ସମୟ ଭୋର ୩ଟା ୧୫। ନବବର୍ଷ ପାଳନରେ ଆମେରିକୀୟମାନେ ମସ୍‌ଗୁଲ ଥିବାବେଳେ ନ୍ୟୁଅର୍ଲିନ୍ସର ବରବୋନ୍‌ ରାସ୍ତା ଉପରେ ଦ୍ରୁତଗତିରେ ମାଡ଼ିଆସିଥିଲା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri