Categories: ଜାତୀୟ

ପ୍ରତିଶୋଧ ପାଇଁ କଲେଜ ଛାତ୍ରଙ୍କ ମୁଣ୍ଡକାଟି ଦେଲେ

ଚେନ୍ନାଇ,୧୬।୯: ତାମିଲନାଡୁର କାଞ୍ଚତ୍ପୁରମ୍‌ ଜିଲାରେ ଜଣେ ୨୧ ବର୍ଷୀୟ କଲେଜ ଛାତ୍ରଙ୍କ ମୁଣ୍ଡକାଟି ହତ୍ୟା କରାଯାଇଛି। କଟାମୁଣ୍ଡକୁ ଏରୁମାଇୟୁର ଚର୍ଚ୍ଚ ସମ୍ମୁଖରେ ରଖାଯିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ମୃତ ଛାତ୍ର ଜି. ଭେଟ୍ରଭେଲ୍‌ଙ୍କ ଗଣ୍ଡିକୁ ଅନ୍ୟତ୍ର ଫିଙ୍ଗି ଦିଆଯାଇଛି। ଗତବର୍ଷ ଅକ୍ଟୋବର ୩୦ରେ ଅଭିଷେକ ନାମକ ଅନ୍ୟ ଜଣେ କଲେଜ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ହତ୍ୟାକାଣ୍ଡ ଘଟାଇଥିବା ଗ୍ୟାଙ୍ଗ୍‌ରେ ଭେଟ୍ରିଭେଲ୍‌ ସମ୍ପୃକ୍ତ ଥିଲେ। ଅଭିଷେକ ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଏରୁମାଇୟୁର ଚର୍ଚ୍ଚରୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ମଙ୍ଗଳବାର ରାତିରେ ସେହି ଚର୍ଚ୍ଚ ଆଗରେ ଭେଟ୍ରିଭେଲ୍‌ଙ୍କ କଟାମୁଣ୍ଡ ରଖାଯାଇଥିଲା। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଭେଟ୍ରଭେଲ୍‌ ତାଙ୍କ ସାଙ୍ଗ ଘରୁ ବାଇକ୍‌ରେ ଫେରୁଥିବା ବେଳେ ଏକ ୪ ଜଣିଆ ଗ୍ୟାଙ୍ଗ୍‌ ତାଙ୍କୁ ଅଟକାଇ ମୁଣ୍ଡକାଟି ହତ୍ୟା କରିଥିବା ପୋଲିସ କହିଛି। ଧରକାଷ୍ଟ ରୋଡ୍‌ ନିକଟରୁ ବୁଧବାର ସକାଳେ ଭେଟ୍ରଭେଲ୍‌ଙ୍କ ଗଣ୍ଡି ମିଳିଥିଲା। ପୋଲିସ ମାମଲା ରୁଜୁ କରିବା ସହ ହତ୍ୟାକାରୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।

Share