Categories: ଜାତୀୟ

ପ୍ରତିିଶୋଧମୂଳକ ରାଜନୀତି ଆଘାତ ଦେଇଛି: ପାଇଲଟ୍‌

ନୂଆଦିଲ୍ଲୀ, ୧୨ା୮ : ରାଜନୀତିରେ ପ୍ରତିଶୋଧମୂଳକ ମନୋଭାବ ରଖିବା ଠିକ୍‌ ନୁହେଁ ବୋଲି କଂଗ୍ରେସ ନେତା ସଚିନ ପାଇଲଟ୍‌ ମଙ୍ଗଳବାର କହିଛନ୍ତି। ମାସକ ପରେ ଜୟପୁର ଫେରି ସେ ଦଳରେ କେବେ କୌଣସି ପଦ ଚାହିଁ ନ ଥିଲେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହ କରିବା ପରେ ସେ କଂଗ୍ରେସର ବରିଷ୍ଠ ନେତାଙ୍କୁ ସୋମବାର ଭେଟିଥିଲେ। ପରେ ସମସ୍ୟାର ସମାଧାନ ସମ୍ଭବ ହୋଇପାରିଥିଲା। ହେଲେ କୌଣସି ରାଜନେତାଙ୍କ ବିରୋଧରେ ସେ ପଦଟିଏ କହି ନ ଥିବା ପାଇଲଟ୍‌ କହିଛନ୍ତି। ତାଙ୍କୁ ବରଂ ମୁଖ୍ୟମନ୍ତ୍ରୀ ଗେହଲଟଙ୍କଠାରୁ ଆରମ୍ଭ କରି କଂଗ୍ରେସ ନେତା ସମାଲୋଚନା କରି ଭିନ୍ନ ଭିନ୍ନ କଥା କହିଥିବା ପାଇଲଟ୍‌ ପ୍ରକାଶ କରିଛନ୍ତି। ଏଭଳି ପ୍ରତିଶୋଧମୂଳକ ମନୋଭାବ ରଖି କାହା ବିରୋଧରେ ରାଜନେତାମାନେ କହିବା ଅନୁଚିତ ବୋଲି ପାଇଲଟ୍‌ କହିଛନ୍ତି।

Share