ଜଗତସିଂହପୁର,୨୮।୮: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଜଗତସିଂହପୁର ବାଲିକୁଦା ତହସିଲର ମଲ୍ଲିକାପୁର ରାଜସ୍ବ ନିରୀକ୍ଷକ(ଆରଆଇ) ବିଭୁଦତ୍ତ ସାହୁ। ଏକ ଜମି ପଟା ମ୍ୟୁଟେସନ କେସ କୁ ଜଣଙ୍କ ପକ୍ଷରେ କରାଇ ଦେବା ଲାଗି ୫୦୦୦ ଟଙ୍କା ଲାଞ୍ଚ ମାଗି ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଧରିଛି। ନଗଦ ଟଙ୍କା ମଧ୍ୟ ତାଙ୍କ ପାଖରୁ ଉଦ୍ଧାର କରାଯାଇଛି।
କାମ କରାଇ ଦେବା ପାଇଁ ବିଭୁଦତ୍ତ ଲାଞ୍ଚ ମାଗୁଥିବା ଅଭିଯୋଗ ପୂର୍ବରୁ ଭିଜିଲାନ୍ସ ପାଖରେ ହୋଇଥିଲା। ଏହାପରେ ଜାଲ ବିଛାଇ ସଫଳତାର ସହିତ ଭିଜିଲାନ୍ସ ଲାଞ୍ଚ ନେବା ସମୟରେ ତାଙ୍କୁ ଧରିଛି। ଏହି ଘଟଣାରେ କଟକ ଭିଜିଲାନ୍ସ ପାଖରେ ଏକ ମାମଲା ରୁଜୁ କରାଯାଇ ବିଭୁଦତଙ୍କର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଥିବା ସନ୍ଦେହ କରି ଦୁଇଟି ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଉଛି।
Today , a short while ago, Sri Bibhudatta Sahu, R.I, Mallikapur, Balikuda Tahasil, #Jagatsinghpur has been apprehended by #Odisha #Vigilance while taking bribe of Rs 5,000/- from a Complainant to submit enquiry report in two mutation cases for issuance of ROR in his favour .
— Odisha Vigilance (@OdishaVigilance) August 28, 2024