Advertisement

ଜଗନ୍ନାଥ ମନ୍ଦିର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଲେ ରାଜସ୍ବ ମନ୍ତ୍ରୀ

ରାଇକିଆ,୬।୩(ପ୍ରଦୀପ ବେହେରା): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର କନ୍ଧମାଳ ଜିଲା ରାଇକିଆ ଗସ୍ତ କରି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଛନ୍ତି । ଶିବ ମନ୍ଦିର ନିକଟରେ ଆୟୋଜକ କମିଟି ଏବଂ ଦଳୀୟ କର୍ମୀମାନେ ତାଙ୍କୁ ଭବ୍ୟ ସାଗତ କରିଥିଲେ । ପରେ ସେ ନାମ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଶିବ ମନ୍ଦିର, ବନ ଦୁର୍ଗା ମନ୍ଦୀରରେ ପହଞ୍ଚି ଦର୍ଶନ ଲାଭ କରିବା ସହ ଜଗନ୍ନାଥ ମନ୍ଦୀର ପ୍ରତିଷ୍ଠା ପାଇଁ ରତ୍ନମୁଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜସ୍ବ ମନ୍ତ୍ରୀଙ୍କ ସହ କନ୍ଧମାଳ ଏମପି ସୁକାନ୍ତ ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଜିଲା ଭାଜପା ସଭାପତି ପଣ୍ଡିତ ବିଶ ମାଝୀ, ପୂର୍ବତନ ବିଧାୟକ ମନୋଜ ପ୍ରଧାନ, ପୂର୍ବତନ ବିଧାନସଭା ପ୍ରାର୍ଥୀ ମାନ ଗୋବିନ୍ଦ ପ୍ରଧାନ, ଜଗନ୍ନାଥ ସାହୁ, ଲିଙ୍ଗରାଜ ଦଳ ବେହେରା, ଏମ୍‌ପି ପ୍ରତିନିଧି ସନ୍ତୋଷ ଲେଙ୍କା, ଭାଜପା ମଣ୍ଡଳ ସଭାପତି ସନ୍ତୋଷ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ। ଆୟୋଜକ କମିଟି ପକ୍ଷରୁ ସଭାପତି ସତ୍ୟବାନ ପାତ୍ର, ସମ୍ପାଦକ ବାଇନାଥ ଦାସ, ସୁରେନ୍ଦ୍ର ପଣ୍ଡା, ଶ୍ରୀଧର ଦାସ, ବିକ୍ରମାଦିତ୍ୟ ପାଳଙ୍କ ସମେତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share