ଛୁଟିଦିନରେ ବି କାମ କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର, ୧୬।୬(ସୁନିତ୍‌ ମିଶ୍ର): ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ରକ୍ଷାକୁ ସର୍ବଦା ଗୁରୁତ୍ୱ ଦିଆଯିବ। ବାତ୍ୟା, ବର୍ଷା, ବନ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମୋଦି ସରକାର ଅମଳରେ ଗତ ୧୦ ବର୍ଷରେ ପର୍ଯ୍ୟାପ୍ତ ପରିମାଣର ଆର୍ଥତ୍କ ଅନୁଦାନ ଓ ସହାୟତା ଓଡ଼ିଶାକୁ ଆସିଛି। ଶନିବାର ରାଜ୍ୟ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଦାୟିତ୍ୱ ମିଳିବା ପରେ ବିଭାଗୀୟ କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ ରବିବାର ଥିବା ସତ୍ତ୍ୱେ ବିଭାଗୀୟ ଅଧିକାରୀଙ୍କ ସହ ବାସ୍ତବ ସ୍ଥିତି ସମ୍ପର୍କରେ ପଚାରି ବୁଝିବା ସହିତ ସମୀକ୍ଷା କରିଛନ୍ତି। ରାଜ୍ୟରେ ମୌସୁମୀ ଦ୍ୱାରଦେଶରେ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ଭିତ୍ତିଭୂମିକୁ ଆହୁରି ଅଧିକ ସୁଦୃଢ଼ କରାଯିବା ଉପରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ପୂଜାରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share