Reverse Mortgage Scheme: ଅବସର ପରେ ମିଳିବ ଟଙ୍କା…

ନୂଆଦିଲ୍ଲୀ,୨୦।୨ : ସମସ୍ତେ ବୃଦ୍ଧାବସ୍ଥା ପାଇଁ ଟଙ୍କା ସଞ୍ଚୟ କରିବାକୁ ଚାହାନ୍ତି କିନ୍ତୁ ଅଧିକ ମୁଦ୍ରାସ୍ଫୀତି ଯୋଗୁ ଏହା କରିବା କଷ୍ଟକର ହୋଇଥାଏ। ପିଲାମାନଙ୍କର ଶିକ୍ଷା ଏବଂ ଘରର ଖର୍ଚ୍ଚ ଏତେ ହୋଇଯାଏ ଯେ ସଞ୍ଚୟ ପାଇଁ କୌଣସି ଟଙ୍କା ରୁହେ ନାହିଁ । ଅବସରପ୍ରାପ୍ତ ଲୋକଙ୍କ ପାଇଁ ଏସବିଆଇ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ବର୍ତ୍ତମାନ ବୃଦ୍ଧାବସ୍ଥାରେ, ଲୋକେ ଘରେ ବସି ଟଙ୍କା ପାଇବେ ଏବଂ କୌଣସି ଟିକସ ଦେବାକୁ ମଧ୍ୟ ପଡିବ ନାହିଁ।

ବର୍ତ୍ତମାନ  ବ୍ୟାଙ୍କ ଯେଉଁମାନେ ଅବସର ପାଇଁ ଟଙ୍କା ସଞ୍ଚୟ କରିପାରିନାହାନ୍ତି ସେଭଳି ବୃଦ୍ଧଙ୍କୁ ଟଙ୍କା ଦେବେ। ଏହି ଯୋଜନା ଅଧୀନରେ ବୃଦ୍ଧ ଲୋକ ନିର୍ଦ୍ଦିଷ୍ଟ ବୟସ ପରେ ଘରେ ବସି ଟଙ୍କା ପାଇବେ ଯାହା ଦ୍ୱ ାରା ସେମାନେ ସେମାନଙ୍କରଦୈନନ୍ଦିନ ଖର୍ଚ୍ଚ ପୂରଣ କରିପାରିବେ ଏବଂ ଚିକିତ୍ସା ମଧ୍ୟ କରିପାରିବେ। ସବୁଠାରୁ ଭଲ କଥା ହେଉଛି ଏହି ଟଙ୍କାକୁ ପୁନର୍ବାର ଫେରାଯିବ ନାହିଁ କିମ୍ବା ଏହା ଉପରେ କୌଣସି ଟ୍ୟାକ୍ସ ଆଦାୟ କରାଯିବ ନାହିଁ ।

ଏସବିଆଇର ଏହି ଯୋଜନା ବୃଦ୍ଧମାନଙ୍କ ପାଇଁ କରାଯାଇଛି ଯେଉଁଥିରେ ସେମାନଙ୍କୁ ସେମାନଙ୍କ ଆବାସିକ ସମ୍ପତ୍ତି ବଦଳରେ ଟଙ୍କା ଦିଆଯାଉଛି। ଅବଶ୍ୟ, ଏହି ଯୋଜନାର ସମଗ୍ର ଅବଧି ମଧ୍ୟରେ, ସମ୍ପତ୍ତିର ସମ୍ପୂର୍ଣ୍ଣ ମାଲିକାନା ବୃଦ୍ଧଙ୍କ ପାଖରେ ରହିବ। ସେମାନଙ୍କୁ ଘରୁ ବିତାଡିତ କରାଯିବ ନାହିଁ । ଏହା ଉପରେ କୌଣସି ଇଏମଆଇ ଦେବାର ଆବଶ୍ୟକତା ରହିବ ନାହିଁ ।

ରିଭର୍ସ ମୋର୍ଟଗେଜ ସ୍କିମ(ଓଲଟା ବନ୍ଧକ ଯୋଜନା) ଋଣ ପାଇବାକୁ, ସମ୍ପତ୍ତି ଆବେଦନକାରୀଙ୍କ ନାମରେ ରହିବା ଉଚିତ ଏବଂ ଏହା ଉପରେ କୌଣସି ଋଣ ହୋଇଥିବା ଉଚିତ ନୁହେଁ। ଋଣ ନେବା ପାଇଁ ବ୍ୟବହୃତ ହେଉଥିବା ସମ୍ପତ୍ତି ୨୦ ବର୍ଷରୁ ଅଧିକ ହେବା ଉଚିତ ନୁହେଁ। ବୃଦ୍ଧମାନେ ଅତି କମରେ ୧ ବର୍ଷ ଧରି ସମ୍ପତ୍ତିରେ ରହୁଥିବା ଜରୁରୀ। ଯଦି ସେହି ସମ୍ପତ୍ତି ଉପରେ ଏକ ଘର ଋଣ ପୂର୍ବରୁ ଚାଲୁଛି ତେବେ ଏନଓସି ଦେବା ଆବଶ୍ୟକ। ଋଣ କେବଳ ସମ୍ପତ୍ତି ଆଧାରରେ ସ୍ଥିର ହେବ। ଆୟକରର ଧାରା ୧୦ (୪୩) ଅନୁଯାୟୀ, ବନ୍ଧକ ଋଣ ପରିମାଣ ସମ୍ପୂର୍ଣ୍ଣ ଟିକସମୁକ୍ତ ।
ଏହି ଋଣ କେବଳ ସର୍ବାଧିକ ୧୫ ବର୍ଷ ପାଇଁ। ଏସବିଆଇର ଏହି ଯୋଜନା ୬୨ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ତାଙ୍କ ସ୍ତ୍ରୀଙ୍କ ବୟସ ଅତିକମରେ ୫୫ ହେବା ଆବଶ୍ୟକ। ଅବସରପ୍ରାପ୍ତ ବ୍ୟକ୍ତିମାନେ ଏହି ଯୋଜନା ଅନ୍ତର୍ଗତ ଟଙ୍କାକୁ ପ୍ରତିମାସରେ ଦରମା ଭାବରେ ବ୍ୟବହାର କରିପାରିବେ।

 

Share