ଦେବକୁଣ୍ଡ, ଭୀମକୁଣ୍ଡର ବିକାଶ ଲାଗି ସମୀକ୍ଷା

ବାରିପଦା ଅଫିସ/ଉଦଳା/ଠାକୁରମୁଣ୍ଡା/ରାଇରଙ୍ଗପୁର,୩ା୩(ଡି.ଏନ.ଏ.): ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ୨ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି। ଗୁରୁବାର ହେଲିକେପ୍ଟର ଯୋଗେ ଉଦଳା ଉପଖଣ୍ଡ ଦେବକୁଣ୍ଡରେ ପହଞ୍ଚତ୍ ମା’ ଅମ୍ବିକାଙ୍କ ଦର୍ଶନ କରିଥିଲେ। ଜିଲାପାଳ ବିନୀତ ଭରଦ୍ୱାଜ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଟି.ଅଶୋକ କୁମାର, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା, ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ, ଉପଜିଲାପାଳ ଭଗବାନ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ଦେବକୁଣ୍ଡ ଓ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀର ପୁନରୁଦ୍ଧାର ଓ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ସେଠାରୁ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀରେ ପହଞ୍ଚତ୍ ସ୍ଥିତି ପରଖିବା ପରେ ଖିଚିଂ ସ୍ଥିତ ମା’ କିଚକେଶ୍ୱରୀ ମନ୍ଦିରର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୫-ଟି ରୂପାନ୍ତରିତ ମା’ କୀଚକେଶ୍ୱରୀ ହାଇସ୍କୁଲ ପରିଦର୍ଶନ କରି ଛାତ୍ରୀଛାତ୍ରଙ୍କ ସହ ଭାବବିନିମୟ କରିଥିଲେ। ସେଠାରୁ ଖଇରୀ ଭଣ୍ଡନ ବ୍ୟାରେଜର ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିବା ପରେ ରାଇରଙ୍ଗପୁରଠାରେ ପହଞ୍ଚତ୍ଥିଲେ। ସେଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀ ଓ ରାଇରଙ୍ଗପୁର ହାଟ ନିକଟସ୍ଥ ବଡ଼ବନ୍ଧର ବିକାଶକୁ ନେଇ ଜିଲା ପ୍ରଶାସନ ସହିତ ଆଲୋଚନା କରିଥିଲେ। ରାଇରଙ୍ଗପୁରଠାରେ ରାତ୍ରିଯାପନ କରିବା ପରେ ଶୁକ୍ରବାର ସକାଳ ୬ଟାରେ ବାରିପଦା ଅଭିମୁଖେ ଯାତ୍ରା କରିବେ। ଶୁକ୍ରବାର ୫-ଟି ସଚିବ ବାରିପଦା ଜଗନ୍ନାଥ ମନ୍ଦିର ଦର୍ଶନ, ଏମ୍‌କେସି ହାଇସ୍କୁଲ ପରିକ୍ରମା, ମଧୁବନ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ, ବୁଢ଼ାବଳଙ୍ଗ ନଦୀର ଆଡିବନ୍ଧ ଓ ରିଂ ରୋଡ୍‌ ସମ୍ପର୍କରେ ଆଲୋଚନା, ବାଲିଡିହା ଜଳସେଚନ ପ୍ରକଳ୍ପ ଓ ପାଲବଣୀସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବାସସ୍ଥଳୀ ପରିଦର୍ଶନ, ପିଆର୍‌ଏମ୍‌ ମେଡିକାଲ ଓ କଲେଜ ପରିଦର୍ଶନ ସହିତ ବଡ଼ଯୋଡ଼ସ୍ଥିତ ଗୁହାଳଡିହୀ ଗ୍ରାମରେ ଥିବା ସବାଇ ଘାସ ପ୍ରସ୍ତୁତିସ୍ଥାନକୁ ଯାଇ ସେଠାରୁ ମାଣତ୍ରୀ ଶୈବପୀଠରେ ପହଞ୍ଚତ୍ବାର କାର୍ଯ୍ୟକ୍ରମ ରହିଛି। ୫-ଟି ସଚିବଙ୍କ ଏହି ଗସ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଖିଦୃଶିଆ ଅନୁଦାନ ଘୋଷଣା କରିବେ ବୋଲି ଆଲୋଚନା ହେଉଛି।

Share