Categories: ବାଣିଜ୍ୟ

ବିଓଆଇ ଶାଖା ମୁଖ୍ୟଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର,୧୯।୭: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ଅନ୍ତର୍ଗତ ୭୮ଟି ଶାଖାର ଶାଖା ମୁଖ୍ୟମାନଙ୍କର ଏକ ସମୀକ୍ଷା ବୈଠକ ନିକଟରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଓଆଇ ରାଷ୍ଟ୍ରୀୟ ବ୍ୟାଙ୍କିଙ୍ଗ୍‌ ସମୂହର ଓଡ଼ିଶା ମହାପ୍ରବନ୍ଧକ ବିକ୍ରମ କେଶରୀ ମିଶ୍ରଙ୍କ ସଭାପତିତ୍ୱରେ ଏକ ସ୍ବତନ୍ତ୍ର ସଭାର ଆୟୋଜନ ହୋଇଥିଲା। ବିଶେଷ କରି ସମାଜର ବିକାଶ କ୍ଷେତ୍ରରେ ବ୍ୟାଙ୍କର ଭୂମିକା ଆଗାମୀ ଦିନରେ କ’ଣ ରହିବ ତା’ ଉପରେ ମିଶ୍ର ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ବ୍ୟାଙ୍କ ଏବଂ ଭାରତ ସରକାରଙ୍କ ବିଭିନ୍ନ ଯୋଜନା କିଭଳି ରାଜ୍ୟର କୋଣ ଅନୁକୋଣରେ ପହଞ୍ଚତ୍ବା ସହିତ ଉନ୍ନତମାନର ବ୍ୟାଙ୍କିଙ୍ଗ୍‌ ସେବା ରାଜ୍ୟବାସୀ (ଗ୍ରାହକ)ଙ୍କୁ ଯୋଗାଇ ଦେବା ବ୍ୟାଙ୍କର ମୂଳ ଲକ୍ଷ୍ୟ ବୋଲି ମିଶ୍ର ମତପ୍ରକାଶ କରିଥିଲେ। ଅପରପକ୍ଷରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ତଥା ଉପ-ମହାପ୍ରବନ୍ଧକ ଏସ୍‌.ମଳୟ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପରୋକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ଉପ-ଅଞ୍ଚଳ ମୁଖ୍ୟ ଆଶୋକ କୁମାର ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପରିଶେଷରେ ବିଭିନ୍ନ ବ୍ୟବସାୟିକ ପାରାମିଟର ଦ୍ୱାରା ଉତ୍ତମ ପ୍ରଦର୍ଶନକାରୀ ଶାଖାଗୁଡିକୁ ବ୍ୟାଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା।

Share