Categories: ଜାତୀୟ

କୋଭିଡ୍‌ ସ୍ଥିତିକୁ ନେଇ ବସିବ ସମୀକ୍ଷା ବୈଠକ

ନୂଆଦିଲ୍ଲୀ, ୨୭।୧: କୋଭିଡ୍‌ ସ୍ଥିତିକୁ ନେଇ ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗୁରୁବାର ଏକ ସମୀକ୍ଷା ବୈଠକ କରିବେ। ଏହି ବୈଠକ ରାଜ୍ୟପାଳ ଅନୀଲ ବାଇଜଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମଧ୍ୟ୍ୟାହ୍ନ ୧୨.୩୦ରେ ବୈଠକ ହେବାକୁ ଧାର୍ଯ୍ୟ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଯୋଗ ଦେବେ। ସହରର କୋଭିଡ୍‌ ସ୍ଥିତିର ଉନ୍ନତିକୁ ଦୃଷ୍ଟିରେ ରଖି ଅଧିକାରୀମାନେ ୱିକେଣ୍ଡ କର୍ଫ୍ୟୁ ଉଠାଇବା ଏବଂ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗ ମଧ୍ୟ ଆଲୋଚନା କରିବେ ବୋଲି ଆଶା କରାଯାଉଛି।

Share