Categories: ବାଣିଜ୍ୟ

‘କଟକ ଷ୍ଟେଶନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା’

ଭୁବନେଶ୍ୱର, ୪।୧: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପନାରାୟଣ ସୁନକର ମଙ୍ଗଳବାର କଟକ ଷ୍ଟେଶନ ନିରୀକ୍ଷଣକରି ଚାଲୁ ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏପରିକି ଏହି ପରିପ୍ରେକ୍ଷୀରେ ରେଳପଥର ବରିଷ୍ଠ ଅଧିକାରୀମାନେ ପ୍ରକଳ୍ପ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ମହାପ୍ରବନ୍ଧକଙ୍କୁ ଅବଗତ କରାଇଥିଲେ। ସୁନକର ଭୁବନେଶ୍ୱର-କଟକ ରେଳ ସେକ୍ସନ ନିରୀକ୍ଷଣ କରି ନିରାପତ୍ତା ସମ୍ବନ୍ଧୀୟ ଏବଂ ରେଳ ଚଳାଚଳ ଟ୍ରାଫିକ ସମ୍ବନ୍ଧୀୟ କାର୍ଯ୍ୟ ସମୀକ୍ଷା କରିଥିଲେ। ସେହିପରି କଟକ ଷ୍ଟେଶନ ନିରୀକ୍ଷଣ ସମୟରେ ସୁନକର ଯାତ୍ରୀ ପରିସେବା କାର୍ଯ୍ୟ ସହିତ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିବା ସହ ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ଓ ଗୁରୁତ୍ୱାରୋପ କରିଥିଲେ। ଏପରିକି ବିକାଶମୂଳକ କାର୍ଯ୍ୟର ଶିଘ୍ର ସମ୍ପାଦନ ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ l ଅପରପକ୍ଷରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରେ ରେଳ ପ୍ରକଳ୍ପ ଓ ଭିତ୍ତିଭୂମି ବିକାଶ ପାଇଁ ଗୁରୁତ୍ୱାରୋପ କରୁଥିବା ସହ ମନ୍ତ୍ରୀ ମଧ୍ୟ ଏହାର ଅଗ୍ରଗତି ସମ୍ବନ୍ଧରେ ନିୟମିତ ସମୀକ୍ଷା କରୁଛନ୍ତି। ନିକଟରେ କଟକ ରେଳ ଷ୍ଟେଶନର ବିକାଶ କାର୍ଯ୍ୟ ସମ୍ପର୍କରେ ବୈଷ୍ଣବ ନବୀକରଣ ଚିତ୍ରକୁ ଟୁଇଟ କରିଥିବା ବେଳେ ବହୁ ସଂଖ୍ୟାର ଲୋକ ଏହାର ପ୍ରଶଂସା କରିଥିଲେ।

Share