ଦିବ୍ୟାଙ୍ଗ, ବୟସ୍କ, କରୋନା ଆକ୍ରାନ୍ତଙ୍କ ଭୋଟିଂକୁ ନେଇ ସମୀକ୍ଷା

ଭୁବନେଶ୍ୱର,୯।୧୦(ବ୍ୟୁରୋ): ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ୮୦ରୁ ଅଧିକ ବୟସ୍କ, ଦିବ୍ୟାଙ୍ଗ ଏବଂ କରୋନାରେ ଆକ୍ରାନ୍ତ କିପରି ଭୋଟ ଦେବେ ସେନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏହି ଭୋଟରମାନେ ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ସୁରୁଖୁରୁରେ ମତଦାନ କରିପାରିବେ। ସେନେଇ ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ବାଲେଶ୍ବର ଏବଂ ଜଗତ୍‌ସିଂହପୁର ଜିଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି। ନାମାଙ୍କନ ଦାଖଲର ପ୍ରଥମରୁ ୫ଦିନ ପର୍ଯ୍ୟନ୍ତ ଅର୍ଥାତ୍‌ ଅକ୍ଟୋବର ୧୪ ସୁଦ୍ଧା ଉପରୋକ୍ତ ୩ ଶ୍ରେଣୀର ଭୋଟର ପୋଷ୍ଟାଲ ବାଲାଟ ପାଇଁ ଫର୍ମ ୧୨ (ଘ) ଜରିଆରେ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରିବେ। ଅକ୍ଟୋବର ୨୧ରୁ ନଭେମ୍ବର ୧ ପର୍ଯ୍ୟନ୍ତ ସ୍ବତନ୍ତ୍ରଭାବେ ନିଯୁକ୍ତ ପୋଲିଂ ଅଧିକାରୀଙ୍କ ଦ୍ବାରା ଘରକୁ ଘର ଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରଦତ୍ତ ଠିକଣାରେ ପୋଷ୍ଟାଲ ବାଲାଟଗୁଡ଼ିକୁ ଯୋଗାଇ ଦିଆଯିବ। ସମ୍ପୂର୍ଣ୍ଣ ଗୋପନୀୟତା ମଧ୍ୟରେ ସମ୍ପୃକ୍ତ ଭୋଟର ପୋଷ୍ଟାଲ ବାଲାଟରେ ମତଦାନ କରିସାରିବା ପରେ ମୁଦା ଲଫାପାରେ ତାହାକୁ ପୁଣିଥରେ ପୋଲିଂ ଅଧିକାରୀଙ୍କୁ ଫେରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ବାହାଘର ପୂର୍ବରୁ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ,୨୬।୩(ଅନନ୍ତ ପଟେଲ): ମହୁଲ ଗୋଟାଇବାକୁ ଯାଇଥିବା ବେଳେ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା କଲେ ସ୍ୱାମୀ। ଏଭଳି ଅମାନବୀୟ କାଣ୍ଡ ଘଟିଛି ସୁନ୍ଦରଗଡ ଜିଲା ତଳସରା...

ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି, କହିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗ ଉପରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢ଼ୀ। ୨୫ ସୁଦ୍ଧା ନିର୍ଦ୍ଧରିତ ସମୟରୁ ୩୯ ଘଣ୍ଟା ୨...

‘ଦିଲ୍ଲୀରୁ ଆସିଛି ନିର୍ଦ୍ଦେଶ, ବିଧାନସଭାକୁ ଓ୍ବାସ୍‌ଆଉଟ୍‌ ଲାଗି ଷଡ଼ଯନ୍ତ୍ର ହେଉଛି’

ଭୁବନେଶ୍ୱର,୨୬।୩: ବିଧାନସଭାରୁ କଂଗ୍ରେସର ବିଧାୟକଙ୍କୁ ନିଲମ୍ବନ କରାଯିବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଗୋଟିଏ ପଟେ କଂଗ୍ରେସର ବିଧାୟକମାନେ ଏହାକୁ ପ୍ରତିବାଦ କରୁଥିବା ବେଳେ...

ମନ୍ଦିର ଭିତରେ ଗହଳି ଦେଖି ଲୁଟୁଥିଲେ ସୁନା ଅଳଙ୍କାର, ଏବେ ଧରା ପଡ଼ିଲେ ମହିଳା ଗ୍ୟାଙ୍ଗ୍‌

ବ୍ରହ୍ମପୁର,୨୬ା୩: ବ୍ରହ୍ମପୁରର ଏକ ମହିଳା ଲୁଟେରା ଗ୍ୟାଙ୍ଗକୁ ବୁଧବାର ଧରିଛି ପୋଲିସ॥ ବୈଦ୍ୟନାଥପୁର ଥାନା ପୋଲିସ ଦ୍ବାରା ୬ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ...

ଆଖି ଦେଖାଇଲେ ଅରୁଣ ସାହୁ, କହିଲେ ବିଧାନସଭା ଭିତରେ ପୋଲିସ କାହିଁକି ପୁରେଇଲ…

ଭୁବନେଶ୍ୱର,୨୬।୩: ନିଲମ୍ବନକୁ ନେଇ ବିଧାନସଭା ଭିତରେ ଏବଂ ବାହାରେ ହାଇଡ୍ରାମା । କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ହେବା ପରେ କଂଗ୍ରେସ ସହ ପ୍ରତିବାଦକୁ ଓହ୍ଲାଇଛି...

ଲାଞ୍ଚ ନେଇ ଧରାପଡ଼ିଲେ ଅମିନ, ଅଭିଯୋଗକାରୀଙ୍କୁ ମାଗିଥିଲେ…

ସୁନ୍ଦରଗଡ଼/କୁତ୍ରା,୨୬ା୩(ଜୟନାରାରଣ ମେଣ୍ଡୁଳି/ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ତହସିଲ କାର୍ଯ୍ୟାଳୟର ଜଣେ ଅମିନ ଶିଶିର କୁମାର ନାଏକ ବୁଧବାର ୬ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ...

ସାଂଘାତିକ ଅଭିଯୋଗ ଆଣିଲେ ତାରା, କହିଲେ ଥାନାରେ FIR ଦେବି

ଭୁବନେଶ୍ୱର,୨୬।୩: ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି। ସେ ଥାନାରେ FIR ଦେବାକୁ ବାହାରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ‘କଲର ଧରି...

ସିପିଙ୍କ କଲର୍‌ ଟାଣି ଆଣିଲେ କଂଗ୍ରେସ କର୍ମୀ, ରାଜଧାନୀରେ ହଇଚଇ

ଭୁବନେଶ୍ୱର,୨୬।୩: ବିଧାନସଭାରୁ ନିଲମ୍ବିତ ହୋଇଛି କଂଗ୍ରେସ । କଂଗ୍ରେସର ୧୪ରୁ ୧୪ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ଗତକାଲି ୧୨ ବିଧାୟକଙ୍କ ପରେ, ଆଜି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image