ବିବିସିରେ ବିଦ୍ରୋହ : ସରକାରଙ୍କୁ ସମାଲୋଚନା କରି ତାରକା ଆଙ୍କର୍‌ ନିଲମ୍ବିତ…

ଲଣ୍ଡନ,୧୨।୩ : ବ୍ରିଟେନରେ ବିବିସି ବିଦ୍ରୋହର ସମ୍ମୁଖୀନ ହୋଇଛି। ବାସ୍ତବରେ, ବିବିସି ତାରକା ଆଙ୍କର୍‌ ଗ୍ୟାରି ଲିନେକର୍‌ ସରକାରଙ୍କ ପ୍ରବାସୀ ନୀତିକୁ ସମାଲୋଚନା କରିଛନ୍ତି। ଏହା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ଗ୍ୟାରି ଲିନେକରଙ୍କ ନିଲମ୍ବନରେ ରାଗିଯାଇ ବିବିସି କର୍ମଚାରୀମାନେ ଲିନେକରଙ୍କ ସମର୍ଥନରେ କାମ କରିବାକୁ ମନା କରିଦେଇଥିଲେ। ଏହି କାରଣରୁ, ବିବିସିକୁ ଏହାର ବିଶେଷ କାର୍ଯ୍ୟକ୍ରମର ପ୍ରସାରଣକୁ ଶନିବାର ବାତିଲ କରିବାକୁ ପଡିଥିଲା।

ଲିନେକର୍‌ ବ୍ରିଟେନ ଫୁଟବଲ ଦଳର ପୂର୍ବତନ ଅଧିନାୟକ। ସେ ବିବିସିର ସର୍ବାଧିକ ବେତନ ପାଉଥିବା ସ୍ପୋର୍ଟସ ଆଙ୍କର୍‌ ା ଅଭିଯୋଗ ହୋଇଛି ଯେ ନିକଟରେ ଲିନେକର ତାଙ୍କ ଟୁଇଟର ଆକାଉଣ୍ଟରେ ବ୍ରିଟିଶ ସରକାରଙ୍କ ନୂତନ ପ୍ରବାସୀ ନୀତିକୁ ବିରୋଧ କରିଥିଲେ।

ବିବିସିର ଏହି ନିଷ୍ପତ୍ତିକୁ ସମାଲୋଚନା କରାଯାଉଛି ଏବଂ ଲୋକମାନେ କହୁଛନ୍ତି ଯେ ବିବିସି ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଛି। ମାମଲା ନେଇ ବିବିସିର ମହାନିର୍ଦ୍ଦେଶକ ଟିମ ଡେଭି କହିଛନ୍ତି ଯେ ଏହି ପ୍ରସଙ୍ଗରେ ଇସ୍ତଫା ଦେବାର ତାଙ୍କର ଉଦ୍ଦେଶ୍ୟ ନାହିଁ। ସେ କହିଛନ୍ତି ଯେ ଆମେ ବିବିସିରେ ନିରପେକ୍ଷ ଭାବରେ କାର୍ଯ୍ୟ କରୁ ଏବଂ କୌଣସି ଆଦର୍ଶ କିମ୍ବା ପାର୍ଟିକୁ ସମର୍ଥନ କରୁନାହୁଁ।

ଟିମ ଡେଭି ଏହା ମଧ୍ୟ କହିଛନ୍ତି ଯେ ସେ ଚାହୁଁଛନ୍ତି ଲିନେକର କାମକୁ ଫେରିଯାନ୍ତୁ ଏବଂ ସେ ଏକ ସନ୍ତୁଳନ ସୃଷ୍ଟି କରିବାକୁ ଚାହୁଁଛନ୍ତି ଯାହା ଦ୍ୱାରା କିଛି ଆଙ୍କର୍‌ ସେମାନଙ୍କ ମତାମତ ବାଣ୍ଟିବାକୁ ଏବଂ ବିବିସିର ଅବଜେକ୍ଟିଭ ବଜାୟ ରଖିବାକୁ ଅନୁମତି ଦେଇଛନ୍ତି।

Share