ବାଂଲାଦେଶରେ ବିଦ୍ରୋହ: ଶେଖ ହସିନାଙ୍କ ଇସ୍ତଫା ଦାବି କଲେ ଲୋକେ…

ଢାକା,୧୦।୧୨ : ଶନିବାର ସକାଳେ ବାଂଲାଦେଶରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଛି। ବିରୋଧୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନପି)ର ନେତୃତ୍ୱରେ ଡକାଯାଇଥିବା ରାଲିରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଛନ୍ତି। ବାଂଲାଦେଶର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ଢାକାର ସୟଦାବାଦର ଗୋପାଳ ବାଗ ଗ୍ରାଉଣ୍ଡରେ ଭିଡ଼ ଜମିଥିଲା। ପ୍ରଦର୍ଶନ କରୁଥିବା ଲୋକମାନେ କ୍ରମାଗତ ଭାବରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଥିଲେ। ବାଂଲାଦେଶରେ ତୁରନ୍ତ ନିର୍ବାଚନ ଘୋଷଣା କରାଯିବାକୁ ବିଏନପି ଦାବି କରିଛି।

ଏହି ପ୍ରଦର୍ଶନ ଉପରେ ହାସିନା ସରକାର ଲଗାଇଥିବା ପ୍ରତିବନ୍ଧକ ସତ୍ତ୍ୱେ ଏତେ ସଂଖ୍ୟକ ଲୋକଙ୍କ ସମାବେଶକୁ ଦେଶର ରାଜନୈତିକ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟିର ୭ ଜଣ ସାଂସଦ ବିରୋଧ ସମୟରେ ଇସ୍ତଫା ଘୋଷଣା କରିଛନ୍ତି।

Share