Categories: ଜାତୀୟ

‘ମଦ ପିଅ ଅବା ଗୁଟକା ଖାଅ, ହେଲେ ପାଣିର ମୂଲ୍ୟ ବୁଝ’: ଭାଜପା ଏମପି ଜନାର୍ଦ୍ଦନ ମିଶ୍ରାଙ୍କ ଅଜବ ବୟାନ

ରିବା,୮ ।୧୧: ମଧ୍ୟ ପ୍ରଦେଶ ରିବାର ଏମପି ଜନାର୍ଦ୍ଦନ ମିଶ୍ରା ଏକ ଅଜବ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ । ଏମପି ଜନାର୍ଦ୍ଦନ ମିଶ୍ରା କହିଛନ୍ତି, ମଦ, ଗଞ୍ଜେଇ, କୋରେକ୍ସ ପିଅ, ଥିନର ସଲ୍ୟୁଶନ ସୁଂଘ ଅଥବା ଆୟୋଡେକ୍ସ ଖାଅ, କିଛି ବି କର ହେଲେ ଜଳର ମୂଲ୍ୟ ବୁଝ । ସୂଚନାଯୋଗ୍ୟ, ମଧ୍ୟ ପ୍ରଦେଶର ସ୍ଥାପନା ଦିବସ ଅବସରରେ ରିବାର କୃଷ୍ଣା ରାଜ କପୁର ଅଡିଟୋର୍ରିମରେ ଜଳ ସଂରକ୍ଷଣ ଓ ସମ୍ବର୍ଦ୍ଧନା ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା ଏହି କର୍ମଶାଳରେ ଏମପି ଜନାର୍ଦ୍ଦନ ମିଶ୍ରା ସମ୍ବୋଧିତ କରିବା ସମୟରେ ଏମିତି କଥା କହିଛନ୍ତି ।
ଏହି ସମୟରେ ମିଶ୍ରା କହିଛନ୍ତି ବିଜୁଳି ବିଲ ଛାଡ ହୋଟାପାରେ, ମାଗଣା ରାଶନ ବି ମିଳିପାରେ, କାରଣ ସରକାର ନିର୍ବାଚନ ସମୟରେ ବଡ ବଡ କଥା କୁହନ୍ତି । କିନ୍ତୁ ଯଦି କେହି ମାଗଣାରେ ପାଣି କଥା କହେ, ତେବେ ଏହାକୁ ବିଶ୍ୱାସ କରନ୍ତୁ ନାହିଁ କାରଣ ଏହା ସମ୍ଭବ ନୁହେଁ ।

Share