Categories: ଖେଳ

ଓଡ଼ିଶାରୁ ରେୟାନ, ଦଣ୍ଡପତି ମନୋନୀତ

ଭୁବନେଶ୍ୱର, ୧୬ା୫ (ସ୍ପୋଟର୍‌ସ ବ୍ୟୁରୋ): ଏସିଆନ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ କ୍ୟାମ୍ପ ୨୦୨୩ ପାଇଁ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେଶନ ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟରରୁ ଦୁଇ ପ୍ରତିଭା ସମ୍ପନ୍ନ ସ୍ପ୍ରିଣ୍ଟର ରେୟାନ ବାଶା ଓ ଦଣ୍ଡପତି ମୃତ୍ୟମ ଜୟରାମ ମନୋନୀତ ହୋଇଛନ୍ତି। ଏହି କ୍ୟାମ୍ପ ବେଙ୍ଗାଲୁରୁସ୍ଥିତ ଏନ୍‌ଏସ୍‌ଏସ୍‌ସିଠାରେ ହେବ। ର଼୍ୟାନ ଓଡ଼ିଶା ୧୮ ବର୍ଷରୁ କମ୍‌ ବାଳକ ଏବଂ ୧୮ବର୍ଷରୁ କମ୍‌ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିଛନ୍ତି। ଉଡୁପିଠାରେ ଗତ ମାର୍ଚ୍ଚରେ ୧୮ତମ ଜାତୀୟ ୟୁଥ୍‌ ଆଥଲେଟିକ୍ସ ୧୮ ବର୍ଷରୁ କମ୍‌ ଚାମ୍ପ୍ରନଶିପ୍‌ରେ ସେ ୧୦୦ ମିଟରରେ ସ୍ବର୍ଣ୍ଣ ଏବଂ ୨୦୦ମିଟର ସ୍ପ୍ରିଣ୍ଟ ଓ ୧୦୦୦ମିଟର ମିଡଲେରେ ଗୋଟିଏ ଲେଖାଏଁ ରୌପ୍ୟ ଜିତିଥିଲେ। ଅନ୍ୟପକ୍ଷରେ ଦଣ୍ଡପତି ମୃତ୍ୟମ ଜୟରାମ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ୧୦.୫୩ ସେକେଣ୍ଡ ଟାଇମିଂରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ।

Share