Posted inଜାତୀୟ

ଟ୍ରେନି ମହିଳା ଡାକ୍ତର ହତ୍ୟା ଘଟଣା: ମାତାପିତା କଲେ ଚାଞ୍ଚଲ୍ୟକର ଖୁଲାସା

କୋଲକାତା.୧୭।୮: କୋଲକାତାର ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ଦେଶରେ ଚହଳ ପକାଇଛି। ମହିଳା ଡାକ୍ତରଙ୍କ ମାତାପିତା ସେମାନଙ୍କ ଝିଅ ସହିତ ଘଟିଥିବା ଘଟଣାରେ ଡାକ୍ତର ଏବଂ ସେମାନଙ୍କ ସହ କାର୍ଯ୍ୟ କରୁଥିବା ନର୍ସଙ୍କ ସମ୍ପୃକ୍ତି ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଏନେଇ ସେମାନେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ସୂଚନା ଦେଇଛନ୍ତି। ସେହି ଅପରାଧରେ ସମ୍ପୃକ୍ତ ଥିବା ଲୋକଙ୍କ ନାମ ମଧ୍ୟ ଦିଆଯାଇଛି।
ସିବିଆଇ ଅଧିକାରୀ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏହି ମାମଲାରେ ପ୍ରାୟ ୩୦ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛୁ ଏବଂ ସେମାନଙ୍କୁ ପଚରାଉଚରା ଆରମ୍ଭ କରିଛୁ। ଏହା ବ୍ୟତୀତ ପ୍ରଥମେ ଏହି ଘଟଣାର ତଦନ୍ତ କରୁଥିବା କୋଲକାତା ପୋଲିସ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ସିବିଆଇ ଦୁଇଜଣ ପ୍ରଶିକ୍ଷକ ଡାକ୍ତର ଏବଂ ସେହି ରାତିରେ ମହିଳା ଡାକ୍ତରଙ୍କ ସହ ଡ୍ୟୁଟିରେ ଥିବା ଗୃହ କର୍ମଚାରୀଙ୍କୁ ଡକାଇଥିଲା।
ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସିବିଆଇ ଶୁକ୍ରବାର ଆର୍‌ଜି କର ମେଡିକାଲ କଲେଜ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡ. ସନ୍ଦିପ୍‌ ଘୋଷଙ୍କୁ ଜେରା କରିଛି। ସକାଳ ୮ଟା ୩୦ରେ ସିବିଆଇ ଟିମ୍‌ ଘୋଷଙ୍କୁ ସଲ୍ଟ ଲେକ୍‌ସ୍ଥିତ ସିଜିଓ କମ୍ପ୍ଲେକ୍ସକୁ ନେଇ ଜେରା କରିଥିଲା। ହସ୍ପିଟାଲର ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ ସଞ୍ଜୀବ ବଶିଷ୍ଠ ଏବଂ ହୃଦ୍‌ରୋଗ ବିଭାଗ ମୁଖ୍ୟ ଅରୁଣଭା ଦତ୍ତ ଚୌଧୁରୀଙ୍କୁ ମଧ୍ୟ ଜେରା ପାଇଁ ସମନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରଦ ପାୱାରଙ୍କୁ ଝଟ୍‌କା ଦେଲେ ସୁପ୍ରିମକୋର୍ଟ: ଅଜିତଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କୁ ଏକ ବଡ ଝଟ୍‌କା ଲାଗିଛି। ଅଜିତ ପାୱାରଙ୍କୁ ଘଣ୍ଟା ନିର୍ବାଚନ ପ୍ରତୀକ ବ୍ୟବହାର ନ କରିବା...

ପ୍ରାର୍ଥିପତ୍ର ଦାଖଲ କଲେ କଳ୍ପନା, ହେଲେ…

ରାଞ୍ଚି,୨୪।୧୦: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ ତଥା ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ବୋହୂ କଳ୍ପନା ସୋରେନ ମାତ୍ର କିଛି ମାସ ପୂର୍ବରୁ ରାଜନୀତିରେ...

ସଲମାନଙ୍କୁ ୫ କୋଟି ଟଙ୍କାର ଧମକ ଦେଇ ପରିବା ବାଲା ଗିରଫ

ମୁମ୍ବାଇ,୨୪।୧୦: ମୁମ୍ବାଇ ପୋଲିସ ଜାମସେଦପୁରରୁ ଜଣେ ପରିବା ବିକାଳିଙ୍କୁ ଗିରଫ କରିଛି ଯିଏ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ ଦେଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ...

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ସ୍ବଦେଶ ଫେରିଲେ ମୋଦି

ନୂଆଦିଲ୍ଲୀ,୨୪।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଋଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି। ରୁଷିଆର କାଜାନ ସହରରେ ଅନୁଷ୍ଠିତ...

ସ୍ବାମୀଙ୍କୁ ହିଞ୍ଜଡ଼ା କହିବା ମାନସିକ ନିଷ୍ଠୁରତା: ହାଇକୋର୍ଟ

ଚଣ୍ଡିଗଡ଼,୨୪ା୧୦(ପି.ଟି.): ସ୍ବାମୀଙ୍କୁ ହିଞ୍ଜଡ଼ା କହିବା ମାନସିକ ନିଷ୍ଠୁରତା ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ କହିଛନ୍ତି। ଜଣେ ସ୍ବାମୀଙ୍କ ସପକ୍ଷରେ ପରିବାର ଅଦାଲତ ଜୁଲାଇରେ ଛାଡ଼ପତ୍ର...

ମହାବିକାଶ ଆଘାଡିରେ ଛିଡିଲା ଭାଗବଣ୍ଟା; ଏତିକି ଏତିକି ଆସନରେ ଲଢ଼ିବେ ସମସ୍ତ ଦଳ

ମୁମ୍ବାଇ,୨୩।୧୦:  ମହାରାଷ୍ଟ୍ର ନିର୍ବାଚନ ପାଇଁ ଆଉ କିଛି ସମୟ ବାକି ଅଛି ଏବଂ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ଆରମ୍ଭ ହୋଇଛି। ସେପଟେ ରାଜ୍ୟରେ ବିରୋଧୀ...

୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ପ୍ରଥମ ଆଲୋଚନା

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ...

ରିଲାଏନ୍ସ ‘ସ୍ମାର୍ଟ ବଜାର ହୋଇଯିବ ‘ରାଶନ ଦୋକାନ’ ! ଏ ହେଉଛି ମୁକେଶ ଅମ୍ବାନୀଙ୍କ ବଡ଼ ପ୍ଲାନ୍‌ 

ନୂଆଦିଲ୍ଲୀ,୨୩।୧୦: ରାଶନ ଦୋକାନ/ଡିଲର୍‌ଙ୍କ ପାଖରେ ଶସ୍ତାରେ ଚିନି, ଡାଲି, ଗହମ ଏବଂ ଚାଉଳ ଭଳି ସାମଗ୍ରୀ ଉପଲବ୍ଧ ହୋଇଥାଏ। ଆଗାମୀ ଦିନରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri