ଉପଦେଶ ଦେଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବେ ଝିଅମାନଙ୍କୁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ ଝିଅମାନଙ୍କୁ ସୌନ୍ଦର୍ଯ୍ୟ ଜାଲରେ ନ ପଡ଼ିବାକୁ ପରାମର୍ଶ ଦେଇଛନ୍ତି। ସେ ଝିଅମାନଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ବିଶ୍ୱାସ କରିବାକୁ ସେ ଝିଅମାନଙ୍କୁ କହିଛନ୍ତି। ରିୟା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ସମସ୍ତ ଝିଅଙ୍କୁ ଛୋଟ ଉପଦେଶ ଦେବାକୁ ଯାଉଛି। ତୁମେ ବହୁତ ସୁନ୍ଦର .. ବହୁତ ସୁନ୍ଦର .. ଇନଷ୍ଟା ସୌନ୍ଦର୍ଯ୍ୟ ଏବଂ ଫିଲ୍ଟରର ଜାଲରେ ପଡ଼ ନାହିଁ। ମୁଁ ଜାଣେ ତୁମେ ନିଜ ବିଷୟରେ କ’ଣ ଭାବୁଛ? କିନ୍ତୁ ତୁମେ ନିଜ ବିଷୟରେ ଭଲ ଅନୁଭବ କରିବାକୁ ପଡିବ ବୋଲି ସେ କୁହନ୍ତି।
ରିୟା ଏବେ ବଡ ପରଦାରୁ ଦୂରରେ ଅଛନ୍ତି। କିନ୍ତୁ ସେ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ। ପ୍ରଶଂସକଙ୍କ ପାଇଁ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ଗତ ଦୁଇ ବର୍ଷ ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। ୨୦୨୦ ରେ ତାଙ୍କ ପ୍ରେମିକ ତଥା ପ୍ରସିଦ୍ଧ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ରିୟାଙ୍କର ଶେଷ ଚଳଚ୍ଚିତ୍ର ଥିଲା ଚେହରେ। ସେଥିରେ ତାଙ୍କୁ ଅଭିନେତା ଅମିତାଭ ବଚ୍ଚନ ଏବଂ ଇମ୍ରାନ ହାଶମିଙ୍କ ସହ ଦେଖିବାକୁ ମିଳିଥିଲା।

Share