Advertisement

ସୁଶାନ୍ତଙ୍କ ବାପାଙ୍କ ଫୋନ୍‌, ମେସେଜ୍‌ର ଜବାବ ଦେଉ ନ ଥିଲେ ରିୟା-ଶ୍ରୁତି: ସ୍କ୍ରିନ୍‌ଶଟ୍‌ ଭାଇରାଲ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ସନ୍ଦେହ ଘେରରେ। ଦିନକୁ ଦିନ ଏହି ଘଟଣା ନୂଆମୋଡ ମଧ୍ୟ ନେଉଛି। ଉଭୟ ସିବିଆଇ ଏବଂ ଇଡି ମୃତ୍ୟୁ ସହ ସମ୍ପୃକ୍ତ ସମସ୍ତ ଲୋକଙ୍କୁ ତନ୍ନତନ୍ନ କରି ପଚରାଉଚରା କରୁଛି। ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କୁ ଇଡି ଦୁଇଥର ଡକାଇସାରିଲାଣି। ଏସବୁ ମଧ୍ୟରେ ସୁଶାନ୍ତଙ୍କ ବାପା ନଭେମ୍ବର ମାସରେ ରିୟାଙ୍କୁ ପଠାଇଥିବା ମେସେଜ୍‌ର ସ୍କ୍ରିନ୍‌ଶଟ୍‌ ଏବେ ଭାଇରାଲ ହେଉଛି।

୨୦୧୯ ନଭେମ୍ବରରେ ସୁଶାନ୍ତଙ୍କ ବାପା କେ.କେ. ସିଂ ଏହାକୁ ପଠାଇଥିଲେ। ସେଥିରେ ସେ ସୁଶାନ୍ତଙ୍କ ସହ କଥା କରାଇବାକୁ ରିୟାଙ୍କୁ ଅନୁରୋଧ କରିଥିଲେ। ଯେତେବେଳେ ତୁମେ ଜାଣିଲ ଯେ ମୁଁ ସୁଶାନ୍ତଙ୍କ ବାପା ତେବେ କଥା କାହିଁକି ହେଲ ନାହିଁ। କଥା କ’ଣ? ସାଙ୍ଗ ଭାବରେ ତାର ଦେଖାଶୁଣା ଏବଂ ଚିକିତ୍ସା କରୁଛ। ହେଲେ ମୋର ବି ଅଧିକାର ଅଛି କି ମୁଁ ସୁଶାନ୍ତଙ୍କ ବିଷୟରେ ସବୁକିଛି ଜାଣେ। ଏଣୁ ମୋତେ କଲ୍‌ କରି ଜଣାଅ ବୋଲି ସେ ଲେଖିଛନ୍ତି।

କେବଳ ରିୟାଙ୍କୁ ନୁହେଁ ସୁଶାନ୍ତଙ୍କ ବାପା ଶୃତି ମୋଦିଙ୍କୁ ମଧ୍ୟ ମେସେଜ୍‌ ପଠାଇଥିଲେ। ମୁଁ ଜାଣେ ତୁମେ ସୁଶାନ୍ତଙ୍କ କାମ ଏବଂ ତାଙ୍କୁ ଦେଖୁଛି। ସେ କେମିତି ଅଛି, ତାହା ଜାଣିବାକୁ ଚାହୁଁଛୁ। ତା ସହ କଥା ହୋଇଥିଲି। ସେ ଚିନ୍ତାରେ ଅଛି ବୋଲି କହୁଥିଲା। ତୁମେ ବି କଥା ହେଉନାହଁ। ମୁଁ ବମ୍ବେ ଯିବାକୁ ଚାହୁଁଛି। ଫ୍ଲାଇଟ୍‌ ଟିକେଟ୍‌ ପଠାଅ ବୋଲି ସେ ଲେଖିଥିଲେ। ଏହସ୍କ୍ରିନ୍‌ଶଟ୍‌ ରିୟାଙ୍କ ଅଡ଼ୁଆ ଆହୁରୀ ବଢ଼ାଇପାରେ ବୋଲି ମତ ପ୍ରକାଶ ପାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share