ଇଡିରେ ହାଜର ହେଲେ ରିୟା

ମୁମ୍ବାଇ,୭।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଅଭିନେତ୍ରୀ ତଥା ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଶୁକ୍ରବାର ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳରେ ହାଜର ହୋଇଛନ୍ତି। ପୂର୍ବରୁ ହାଜର ହେବାକୁ ମନା କରିବା ପରେ ପୁଣି ସେ ଇଡିରେ ହାଜର ହୋଇଥିବା ଜଣାପଡ଼ିଛି। କାର୍ଯ୍ୟାଳୟ ଭିତରକୁ ଯାଉଥିବା ବେଳେ ରିୟା କ୍ୟାମେରାରେ କଏଦ୍‌ ହୋଇଛନ୍ତି।

ତେବେ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ପଚରାଉଚରା ଜାରି ରଖିଛି। ଏହି ଜେରା ୫ରୁ ୬ ଘଣ୍ଟା ଧରି ଚାଲିବ ବୋଲି ସୂତ୍ରରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତାଙ୍କ ବାପା ରିୟାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ବିହାର ପୋଲିସ ଷ୍ଟେଶନରେ ଏତଲା ଦାୟର କରିଛନ୍ତି। ଏଥିସହ ସୁଶାନ୍ତଙ୍କ ଆକଉଣ୍ଟରୁ ରିୟା ୧୫କୋଟି ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଛି। ତେବେ ଏହି ମାମଲାରେ ଇଡି ଖୋଳତାଡ଼ କରୁଛି।

 

Share