୩ ମାସ ପରେ ଡ୍ରଗ୍ସ ମାମଲାରେ ରିଆଙ୍କ ଭାଇଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨।୧୨: ବଲିଉଡ୍‌ର ଭେଟେରାନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡ଼ିତ ଥିବା ଡଗ୍ସ ମାମଲାରେ ଏନ୍‌ସିବି ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ମାମଲାରେ ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇ ସୌଭିକଙ୍କୁ ପୋଲିସ ଗିରଫ କରିଥିଲା। ପୂର୍ବରୁ ରିୟାଙ୍କୁ ଜାମିନ ମିଳିଥିବା ବେଳେ ଏବେ ପାଖାପାଖି ୩ମାସ ପରେ ସୌଭିକଙ୍କୁ ଜାମିନ ମିଳିଛି। ବୁଧବାର ସୌଭିକଙ୍କୁ ଏନ୍‌ସିବିର ସ୍ବତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟ ଜାମିନ ପ୍ରଦାନ କରିିଛନ୍ତି। ସୂଚନାଯୋଗ୍ୟ, ଡ୍ରଗ୍ସ ମାମଲାରେ ପଚରାଉଚରା କରିବା ପାଇଁ ସେପ୍ଟେମ୍ବର ୫ରେ ଏନ୍‌ସିବି ପକ୍ଷରୁ ସୌଭିକଙ୍କୁ ଗିରଫ କରାଯାଇଥିଲା। ତେବେ ଦୀର୍ଘ ସମୟ ପରେ ଏବେ ସେ ଜେଲରୁ ମୁକୁଳିବେ।

Share