ସୁଶାନ୍ତଙ୍କ ପୂର୍ବରୁ ଆଦିତ୍ୟଙ୍କୁ ଡେଟ୍‌ କରିଥିଲେ ରିଆ, ପ୍ରତିଶୋଧ ନେବାପାଇଁ…

ବମ୍ବେ: ଦୀର୍ଘ ଏକ ବର୍ଷ ଧରି ବିବାଦରେ ଫସି ରହିଛନ୍ତି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ। ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁ, ପରେ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲଦଣ୍ଡ ଭୋଗିଛନ୍ତି ସେ। ନିକଟରେ ସେ ଜାମିନରେ ମୁକୁଳିବା ପରେ ପୁଣିଥରେ ମୁଖ୍ୟସ୍ରୋତକୁ ଫେରିବାକୁ ଚେଷ୍ଟା ଚଳାଇଛନ୍ତି। ଏପରି ସମୟରେ ରିଆଙ୍କୁ ନେଇ ନୂଆ ଏକ ଖବର ଶୁଣିବାକୁ ମିଳୁଛି।

ରିଆ ସୁଶାନ୍ତଙ୍କ ପୂର୍ବରୁ ଆଦିତ୍ୟ ରାୟ କପୁରଙ୍କୁ ଡେଟ୍‌ କରୁଥିଲେ। ଅଭିନେତାଙ୍କ ସହ କିଛି ଦିନ ସମ୍ପର୍କ ଭିତରେ ସେ ତାଙ୍କୁ ଲୁଟିଥିଲେ। ପରେ ସେ ତାଙ୍କୁ ଛାଡ଼ି ଦେଇଥିଲେ। ଜଣେ ନାରୀ ହିସାବରେ ଏଭଳି କାର୍ଯ୍ୟ ନିନ୍ଦନୀୟ। ସେ ଏବେ ଖୋଲାଖୋଲି ବୁଲୁଥିବା କଷ୍ଟ ଦେଉଥିବା ସୁଶାନ୍ତଙ୍କ ବନ୍ଧୁ ଜିଏଲ୍‌କେ ପାରେଖ ଟୁଇଟ୍‌ କରି କହିଛନ୍ତି।

‘ସୋନାଲି କେବଲ’ରେ ଅଲି ଫେଜଲଙ୍କ ସହ ରିଆ ନଜର ଆସିଥିଲେ। ଫିଲ୍ମଟିକୁ କରିବା ପୂର୍ବରୁ ସେ ଲିପ୍‌ଲକ୍‌କୁ ନେଇ ପ୍ରସ୍ତୁତ ନ ଥିଲେ। ହେଲେ ଶୁଟିଂ ସମୟରେ ଆଦିତ୍ୟଙ୍କ ସହ ତାଙ୍କର ବ୍ରେକ୍‌ଅପ୍‌ ହୋଇଥିଲା। ଆଦିତ୍ୟ ଏକ ଫିଲ୍ମରେ ଶ୍ରଦ୍ଧା କପୁରଙ୍କୁ ଚୁମ୍ବନ ଦେଇଥିଲେ। ଏଣୁ ଅଭିନେତ୍ରୀ ‘ସୋନାଲି କେବଲ’ରେ କିସିଂ ପାଇଁ ରାଜି ହୋଇଯାଇଥିଲେ। ଏଭଳି କେବଳ ଆଦିତ୍ୟଙ୍କଠାରୁ ପ୍ରତିଶୋଧ ନେବା ପାଇଁ କରିଥିବା କୁହାଯାଉଛି। ଯାହା ଶୁଣିବାକୁ ମିଳୁଛି, ବ୍ରେକ୍‌ଅପ୍‌ ପରେ ମଧ୍ୟ ଆଦିତ୍ୟ ରିଆଙ୍କୁ ଭଲ ପାଉଥିଲେ। କାରଣ ସେ ତାଙ୍କୁ ନେଇ ବେଶ୍‌ ପୋଜେସିଭ୍‌ ଥିଲେ।

Share