ବ୍ୟବସାୟୀଙ୍କ ପ୍ରେମରେ ରିୟା

ବମ୍ବେ: ଡେଟିଂ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଜେଲରୁ ମୁକୁଳିବା ପରେ ଏବେ ଚର୍ଚ୍ଚିତ ଶୋ’ ରୋଡିଜ୍‌ରେ ଗ୍ୟାଙ୍ଗ ଲିଡର୍‌ ଭାବେ ନଜର ଆସୁଛନ୍ତି ରିୟା। ଏହାକୁ ନେଇ ସେ ଖବରରେ ରହୁଥିବା ବେଳେ ଏବେ ଜଣେ ବ୍ୟବସାୟୀଙ୍କୁ ଡେଟ୍‌ କରୁଥିବା କୁହାଯାଉଛି। ବ୍ୟବସାୟୀଜଣଙ୍କ ହେଲେ ନିଖିଲ କାମାଥ।

ପୂର୍ବରୁ ନିଖିଲ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲରଙ୍କୁ ଡେଟ୍‌ କରୁଥିଲେ। ହେଲେ ତାଙ୍କ ସହ ବାଟ ଅଲଗା ହେବା ପରେ ଏବେ ରିୟାଙ୍କୁ ହୃଦୟ ଦେଇଛନ୍ତି ସେ। ନୂଆ ପ୍ରେମପକ୍ଷୀଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ଉଭୟ କିନ୍ତୁ ନିରବ ରହିଛନ୍ତି।

Share