ଜେଲ୍‌ରେ ରହି ଏହି କାମ କରୁଥିଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ଜାମିନ ମିଳିବା ପରେ ରିୟା ଚକ୍ରବର୍ତ୍ତୀ ବୁଧବାର ଜେଲରୁ ମୁକୁଳିଛନ୍ତି। ସେ ୨୮ ଦିନ ଜେଲରେ ରହିବା ପରେ ନିଜ ଘରକୁ ଫେରିଛନ୍ତି। ବର୍ତ୍ତମାନ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ରିୟାଙ୍କର ଏହି ୨୮ ଦିନ ଜେଲରେ କିପରି ବିତାଉଥିଲେ। ରିୟା ଥାନାରେ ସାଧାରଣ ମହିଳାଙ୍କ ଭଳି ରହୁଥିଲେ। ସେ ପ୍ରତିଦିନ ଅନ୍ୟ କଏଦୀଙ୍କ ଯୋଗ କ୍ଲାସ ନେଉଥିଲେ। କରୋନା ଯୋଗୁ ବାହାର ଖାଦ୍ୟ ଯାଇପାରୁ ନ ଥିବାରୁ ସେ ଜେଲ୍‌ ଖାଦ୍ୟ ହିଁ ଖାଉଥିଲେ। ଜେଲ୍‌ରେ ସେ ନିଜର ଯତ୍ନ ଭଲ ଭାବରେ ନେଉଥିଲେ ବୋଲି ଓକିଲ ସତୀଶ ମାନଶିନ୍ଦେ କହିଛନ୍ତି। ଆର୍ମୀ ଯବାନଙ୍କ ଝିଅ ଭାବେ ରିୟା ଯୁଦ୍ଧ ଭଳି ପରିସ୍ଥିତିର ସାମ୍ନା କରିଛନ୍ତି। ଏବେ ସେ ଯେକୌଣସି ପରିସ୍ଥିତିର ସାମ୍ନା କରିପାରିବେ ବୋଲି ତାଙ୍କ ଓକିଲ ମତ ଦେଇଛନ୍ତି।

Share