ପୁଣି ପ୍ରେମରେ ପଡ଼ିଛନ୍ତି ରିୟା

ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣି ପ୍ରେମରେ ପଡିଛନ୍ତି। ସେ ଏବେ ଅଭିନେତ୍ରୀ ସୀମା ସାଜଦେହଙ୍କ ଭାଇ ବଣ୍ଟି ସଜଦେହଙ୍କୁ ଡେଟ କରୁଛନ୍ତି। କିନ୍ତୁ ଉଭୟ ଏହି ସମ୍ପର୍କକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି। ରିୟାଙ୍କ ପୂର୍ବତନ ପ୍ରେମିକ ତଥା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟାଙ୍କୁ ମାନସିକ ଭାବେ ସପୋର୍ଟ କରିଥିଲେ ବଣ୍ଟି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିବା କୁହାଯାଉଛି। ବଣ୍ଟି ଏକ ପରିଚାଳନା ସଂସ୍ଥାର ମାଲିକ। ରିୟାଙ୍କ ପୂର୍ବରୁ ବଣ୍ଟି ସାଜଦେହଙ୍କ ନାମ ମଧ୍ୟ ସୋନାକ୍ଷୀ ସିହ୍ନାଙ୍କ ଯୋଡା ଯାଇଥିଲା।
ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କ ନାମ ଚର୍ଚ୍ଚାରେ ଥିଲା। ରିୟା ସୁଶାନ୍ତଙ୍କୁ ଡ୍ରଗ୍ସ ଦେଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ରିୟା ଏବଂ ତାଙ୍କ ଭାଇଙ୍କୁ ମଧ୍ୟ ଜେଲ ଯିବାକୁ ପଡିଥିଲା।

Share